ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସ୍ଥିତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର/କଟକ: ଚଳିତବର୍ଷ ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ନୀଳଗିରି ଦ୍ୱାରିକା ଅଞ୍ଚଳର ହେମନ୍ତ ଜେନାଙ୍କର ଗତକାଲି ମୃତ୍ୟୁ ଘଟିଛି। ହେମନ୍ତଙ୍କ ସ୍ତ୍ରୀ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଏଯାଏଁ ୧୩୩ ଜଣ ରୋଗୀ କଟକ ବଡ଼ ମେଡିକାଲରେ ଡେଙ୍ଗୁ ୱାର୍ଡକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କଠାରେ ଡେଙ୍ଗୁ ଚିହ୍ନଟ ହୋଇଛି। ଏଠାକୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୫୦ […]

dengu1

dengu1

Rakesh Mallick
  • Published: Wednesday, 16 September 2015
  • Updated: 17 September 2015, 01:48 AM IST

dengu1ଭୁବନେଶ୍ୱର/କଟକ: ଚଳିତବର୍ଷ ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ନୀଳଗିରି ଦ୍ୱାରିକା ଅଞ୍ଚଳର ହେମନ୍ତ ଜେନାଙ୍କର ଗତକାଲି ମୃତ୍ୟୁ ଘଟିଛି। ହେମନ୍ତଙ୍କ ସ୍ତ୍ରୀ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଏଯାଏଁ ୧୩୩ ଜଣ ରୋଗୀ କଟକ ବଡ଼ ମେଡିକାଲରେ ଡେଙ୍ଗୁ ୱାର୍ଡକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କଠାରେ ଡେଙ୍ଗୁ ଚିହ୍ନଟ ହୋଇଛି। ଏଠାକୁ ଆସିଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୫୦ ପ୍ରତିଶତ ରାଜ୍ୟ ବାହାରୁ ଆସିଥିବା ଜଣାପଡିଛି।dengu

ଅନ୍ୟପକ୍ଷେ ଡଙ୍ଗୁ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ସୂଚନା ଦେଇ କହିଛନ୍ତି ଯେ, ଜାତୀୟ ହାର ତୁଳନାରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧ ପ୍ରତିଶତ କମ ରହିଛି । ଡେଙ୍ଗୁ ଚିହ୍ନଟ ପାଇଁ ସବୁ ଜିଲ୍ଲାରେ ଲ୍ୟାବ କରାଯାଇଛି । ଡେଙ୍ଗୁ ଚିହ୍ନଟ ଓ ଚିକିତ୍ସା ପାଇଁ ମାଗଣା ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ସଚିବ ଆହୁଜା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos