ରାଜ୍ୟବ୍ୟାପୀ ତ୍ରାହି ଅଚ୍ୟୁତ ଆଶ୍ରମରେ ଭଙ୍ଗାରୁଜା ଓ ପୋଡ଼ାଜଳା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମର ସୁର ବାବାଙ୍କୁ ଗତକାଲି ବିଳମ୍ୱିତ ରାତିରେ ପୋଲିସ ହେପାଜତରେ ନେବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଆଶ୍ରମରେ ଉତ୍ତେଜନା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା କଣ୍ଟାପାଳ ଗ୍ରାମରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ବାଳିଆପାଳ ଶାଖାରେ ରବିବାର ରାତିରେ ଲୋକେ ଭଙ୍ଗାରୁଜା କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଆଶ୍ରମରେ ଜଳାଜଳି କରିବା ସହ ଜିନିଷପତ୍ର ଭଙ୍ଗାଭଙ୍ଗି କରିଥିଲେ। ସେହିପରି ରେମୁଣା ଗୋଲେଇ ନିକଟ ତ୍ରାହି ଅଚ୍ୟୁତ […]

trahiachyutashrama

trahiachyutashrama

Rakesh Mallick
  • Published: Monday, 31 August 2015
  • Updated: 31 August 2015, 05:28 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମର ସୁର ବାବାଙ୍କୁ ଗତକାଲି ବିଳମ୍ୱିତ ରାତିରେ ପୋଲିସ ହେପାଜତରେ ନେବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଆଶ୍ରମରେ ଉତ୍ତେଜନା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା କଣ୍ଟାପାଳ ଗ୍ରାମରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ବାଳିଆପାଳ ଶାଖାରେ ରବିବାର ରାତିରେ ଲୋକେ ଭଙ୍ଗାରୁଜା କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଆଶ୍ରମରେ ଜଳାଜଳି କରିବା ସହ ଜିନିଷପତ୍ର ଭଙ୍ଗାଭଙ୍ଗି କରିଥିଲେ। ସେହିପରି ରେମୁଣା ଗୋଲେଇ ନିକଟ ତ୍ରାହି ଅଚ୍ୟୁତ ମନ୍ଦିର ନିକଟରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା। ଗତକାଲି ରାତିରେ ସାମାନ୍ୟ ଭଙ୍ଗାରୁଜା ହୋଇଥିବା ବେଳେ ଆଜି ସକାଳେ ଏହା ବ୍ୟାପକ ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲୋକେ ମନ୍ଦିର ପରିସରରେ ଭଙ୍ଗାରୁଜା କରିଥିଲେ। ମନ୍ଦିର ପରିସରରେ ନିଆଁ ଲଗାଇ ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

[caption id="attachment_28332" align="aligncenter" width="1024"]bls ବାଲେଶ୍ୱରର ରେମୁଣାସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା[/caption]

ବାଲେଶ୍ୱରର ସୋର ଅନ୍ତର୍ଗତ ରମଧା ବ୍ରହ୍ମପୁର ତ୍ରାହି ଅଚ୍ୟୁତ ଆଶ୍ରମରେ ବି ଭଙ୍ଗାରୁଜା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ସ୍ଥାନୀୟ ଗ୍ରାମବାସୀ ଆଶ୍ରମରେ ପଶି ଭଙ୍ଗାରୁଜା କରିଛନ୍ତି। ଆଶ୍ରମ ପରିସରରେ ଥିବା ଏକ ରୋଷଘରେ ଲୋକେ ନିଆଁ ଲଗାଇ ଦେଇଥିଲେ। ଫଳରେ ଏହି ଘରେ ଥିବା ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

[caption id="attachment_28312" align="aligncenter" width="1024"]ଢେଙ୍କାନାଳ. ଯାଜପୁର ଓ ଆଠଗଡ଼ରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଭଙ୍ଗାରୁଜା ଓ ପୋଡ଼ାଜଳା ଢେଙ୍କାନାଳ. ଯାଜପୁର ଓ ଆଠଗଡ଼ରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଭଙ୍ଗାରୁଜା ଓ ପୋଡ଼ାଜଳା[/caption]

ସେହିପରି ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଚେନାଖିଆ ନୂଆଗାଁରେ ଥିବା ତ୍ରାହିଅଚ୍ୟୁତ ଆଶ୍ରମରେ ଭୋଗାରାଜା କରାଯାଇଥିଲା। ଉତ୍ୟକ୍ତ ଲୋକେ ଆଶ୍ରମ ପରିସରରେ ଭଙ୍ଗାରୁଜା କରିବା ସହିତ ଯଜ୍ଞମଣ୍ଡପକୁ ନଷ୍ଟ କରି ଦେଇଥିଲେ। ତା’ସହିତ ଆଶ୍ରମରେ ଲୋକେ ତାଲା ପକା ଦେଇଛନ୍ତି। ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ପୁରୀ ତାଳବଣିଆରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ଉତ୍ତେଜନା ଦେଖାଯାଇଥିବା ବେଳେ ଢେଙ୍କାନାଳରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଛି। ଯାଜପୁରର ଅକରପଡ଼ାସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ସକାଳେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ୟକ୍ତ ଆଶ୍ରମ ପରିସରରେ ଲୋକେ ପୋଡ଼ାଜଳା କରିଥିଲେ। ପୋଲିସ ପହଞ୍ଚି ସ୍ଥିତିକୁ ନୟନ୍ତ୍ରଣାଧୀନ କରିଛି।

ସେପଟେ ଭୁବନେଶ୍ୱର ଭିଆଇପି କଲୋନୀନିକଟ ଅଚ୍ୟୁତାନନ୍ଦ ଅନନ୍ତ ଆଶ୍ରମରେ ମଧ୍ୟ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଉତ୍ତ୍ୟକ୍ତ ଲୋକେ ଆଶ୍ରମ ଭିତରେ ପଶି ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗ।ରୁଜା କରିଛନ୍ତି। ଆଶ୍ରମ ପରିସରରେ ଥିବା କ୍ୟାବିନ ଓ ଦୁଇଟି କାରକୁ ମଧ୍ୟ ଲୋକେ ଭାଙ୍ଗି ଦେଇଛନ୍ତି। ଅପରପକ୍ଷରେ ଏହି ଆଶ୍ରମର ଝିଇଣ୍ଟିର ତ୍ରାହି ଅଚ୍ୟୁତ ଆଶ୍ରମ ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଅନ୍ତେବାସୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos