ରମଣ ସିଂହଙ୍କୁ ବିରୋଧ: ବିଜେଡିର ଜଳ ସତ୍ୟାଗ୍ରହ, କଂଗ୍ରେସର ଧାରଣା

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ। ତାଙ୍କୁ ବିରୋଧ କରି ବିଜେଡି ପକ୍ଷରୁ କଟକ ଓ ସମ୍ବଲପୁରରେ ମହାନଦୀରେ ଜଳ ସତ୍ୟାଗ୍ରହ କରାଯାଇଛି। କଟକ ମହାନଗର ନିଗମ ମେୟରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା କଟକର ବିଜୁ ପଟ୍ଟନାୟକ ମହାନଦୀ ଘାଟରେ ଜଳ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ସେହିପରି ସମ୍ବଲପୁରରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଜଳ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। କଂଗ୍ରେସ ମଧ୍ୟ […]

ctc

Rakesh Mallick
  • Published: Thursday, 09 February 2017
  • , Updated: 09 February 2017, 08:02 PM IST

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ। ତାଙ୍କୁ ବିରୋଧ କରି ବିଜେଡି ପକ୍ଷରୁ କଟକ ଓ ସମ୍ବଲପୁରରେ ମହାନଦୀରେ ଜଳ ସତ୍ୟାଗ୍ରହ କରାଯାଇଛି।

କଟକ ମହାନଗର ନିଗମ ମେୟରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା କଟକର ବିଜୁ ପଟ୍ଟନାୟକ ମହାନଦୀ ଘାଟରେ ଜଳ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ସେହିପରି ସମ୍ବଲପୁରରେ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଜଳ ସତ୍ୟାଗ୍ରହରେ ସାମିଲ ହୋଇଥିଲେ।

କଂଗ୍ରେସ ମଧ୍ୟ ରମଣଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ରମଣଙ୍କ ସଭାସ୍ଥଳ ବୁର୍ଡ଼ା ନିକଟ ଲୋଇସିଂହାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାମିଲ ହୋଇଥିଲେ।

ବଲାଙ୍ଗିର ତହସିଲ କାର୍ଯ୍ୟାଳୟ ଆଗରେ ମହାନଦୀ ବଞ୍ଚାଓ ସଂଗଠନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମାଜବାଦୀ ପାର୍ଟି ମଧ୍ୟ ରମଣଙ୍କୁ ବିରୋଧ କରିଥିଲେ।

ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି,“ ପ୍ରସଙ୍ଗକୁ ନେଇ ସମସ୍ତଙ୍କଚ କଷ୍ଟ ହୋଇଛି। ରମଣ ସିଂହଙ୍କୁ ଆଜି ବିଜେପି ଫଶଇଦା ନେବାକୁ ଚିନ୍ତା କରିଛି। ହେଲେ ରମଣ ସିଂହଙ୍କ ପ୍ରଭାବ ଓଡ଼ିଶାରେ କିଛି ପଡିବ ନାହିଁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶା ଆସିବା ଦୁର୍ଭାଗ୍ୟଜନକ। ଏହାକୁ ଆମେ ନିନ୍ଦା କରୁଛୁ ଓ ବିରୋଧ କରୁଛୁ।”

ପାଟଣାଗଡ଼ ବିଧାୟକ ତଥା ବିଜେପି ନେତା କେ.ଭି ସଂହଦେଓ କହିଛନ୍ତି,“ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଛତିଶଗଡ଼ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ କି? ତାଙ୍କୁ ସେଠାରେ ଜ୍ୱାଇଁ ପୁଅ ଭଳି ବ୍ୟବହାର ଦେଖାଯାଇଥିଲା। ନିଜେ ବିରୋଧୀ ଦଳ ନେତା ଛତିଶଗଡ଼ ସରକାରଙ୍କ ବ୍ୟବହାରରେ ସନ୍ତୋଷ ପ୍ରକାଶ କରିଥିଲେ। ସେ ବିଧାନସଭାରେ ଏକଥା କହିଥିଲେ। ବିଧାନସଭା ଭିତରେ ଗୋଟିଏ କଥା କହୁଛନ୍ତି ଓ ବାହାରେ ଆଉ ଗୋଟେ କଥା କହୁଛନ୍ତି। ବିରୋଧୀ ଦଳ ନେତା ବିଜେଡି ସହିତ ହାତ ମିଳାଇ ଏଭଳି କହୁଛନ୍ତି।”

ସେହିପରି ସନ୍ଧ୍ୟାରେ ଉଭୟ କଟକ ଓ ସମ୍ବଲପୁରରେ ବିଜେଡି ନେତା ଓ କର୍ମୀମାନେ ରମଣ ସିଂହଙ୍କୁ ବିରୋଧ କରି ମହାନଦୀରେ ଜଳ ଆଳତି କରିଥିଲେ।

Related story