ରାଉରକେଲା: ମଧୁସୂଦନ ଛକରୁ ଆମ୍ୱେଦକର ଛକ ପର୍ଯ୍ୟନ୍ତ ୧୪୪ ଧାରା ବଳତ୍ତର

ରାଉରକେଲା: ଗଣେଶ ମେଢ଼ ଭସାଣକୁ ନେଇ ରାଉରକେଲା ସହରରେ ଦେଖାଯାଇଥିବା ଉତ୍ତେଜନା ସମ୍ପୂର୍ଣ୍ଣ ଥମି ନାହିଁ। ତେବେ ସ୍ଥିତିରେ ସୁଧାର ଆସିଛି। ଆଇଜି ଓ ଏସ୍‌ପି ସ୍ଥିତିର ସମୀକ୍ଷା କରୁଛନ୍ତି। ଗତକାଲି ଅପରାହ୍ନରେ ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ହାତାହାତି ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ମଧୁସୂଦନ ଛକରୁ ଆମ୍ୱେକର ଛକ ପର୍ଯ୍ୟନ୍ତ ୧୪୪ ଧାରା ବଳତ୍ତର ରଖାଯାଇଛି। ଏହାସହିତ ମୁଖ୍ୟ ମାର୍କେଟ୍‌କୁ ସିଲ୍‌ କରାଯିବା ସହ ସହରରେ ୧୫ ପ୍ଲାଟୁନ୍‌ […]

rkl

Rakesh Mallick
  • Published: Thursday, 15 September 2016
  • , Updated: 15 September 2016, 12:12 PM IST

ରାଉରକେଲା: ଗଣେଶ ମେଢ଼ ଭସାଣକୁ ନେଇ ରାଉରକେଲା ସହରରେ ଦେଖାଯାଇଥିବା ଉତ୍ତେଜନା ସମ୍ପୂର୍ଣ୍ଣ ଥମି ନାହିଁ। ତେବେ ସ୍ଥିତିରେ ସୁଧାର ଆସିଛି। ଆଇଜି ଓ ଏସ୍‌ପି ସ୍ଥିତିର ସମୀକ୍ଷା କରୁଛନ୍ତି।

ଗତକାଲି ଅପରାହ୍ନରେ ଗୁଜବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ହାତାହାତି ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ମଧୁସୂଦନ ଛକରୁ ଆମ୍ୱେକର ଛକ ପର୍ଯ୍ୟନ୍ତ ୧୪୪ ଧାରା ବଳତ୍ତର ରଖାଯାଇଛି। ଏହାସହିତ ମୁଖ୍ୟ ମାର୍କେଟ୍‌କୁ ସିଲ୍‌ କରାଯିବା ସହ ସହରରେ ୧୫ ପ୍ଲାଟୁନ୍‌ ପୋଲିସ୍‌ ଓ ସିଆର୍‌ପିଏଫ୍‌ ମୁତୟନ କରାଯାଇଛି।

ଗଣେଶ ମେଢ଼ ଭସାଣ ବେଳେ ଗଣ୍ଡଗୋଳ ଘଟଣାରେ ପୋଲିସ୍‌ ଏ ଯାଏଁ ୧୩ ଜଣଙ୍କୁ ଗିରଫ କରିଛି।

Related story