ପ୍ରେମ ପାଇଁ ମା’କୁ ମାରି ଦେଲା ଝିଅ, ପ୍ରେମିକ ସହ ଗିରଫ

ରାଉରକେଲା: ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଥିଲା ଝିଅ। କିନ୍ତୁ ପ୍ରଚାର କରିଥିଲା ମା’ ଆତ୍ମହତ୍ୟା କରିଛନ୍ତି। ତେବେ ମିଛ ଲୁଚି ରହିଲାନି ବେଶୀ ଦିନ। ଶବବ୍ୟବଚ୍ଛେଦ ପରେ ଜଣାପଡ଼ିଲା ମହିଳା ଜଣଙ୍କୁ ହତ୍ୟା କରାଯାଇଛି। ତା’ପରେ ତଦନ୍ତ କରି ଘଟଣାର ଗୁମର ଖୋଲିଲା ପୋଲିସ୍‌। ମା’କୁ ହତ୍ୟା କରିବା ଅଭିଯୋଗରେ ଝିଅ ଓ ତା’ ପ୍ରେମିକକୁ ଗିରଫ କରିଛି ପୋଲିସ୍‌। ଘଟଣାଟି ରାଉରକେଲାର। ଗିରଫ ପ୍ରେମିକପ୍ରେମିକା ହେଲେ ସୁବ୍ରତ ଭରାସାଗର ଓ ରିୟା କୁମାରୀ। […]

premikajodi

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 04:23 PM IST

ରାଉରକେଲା: ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଥିଲା ଝିଅ। କିନ୍ତୁ ପ୍ରଚାର କରିଥିଲା ମା’ ଆତ୍ମହତ୍ୟା କରିଛନ୍ତି। ତେବେ ମିଛ ଲୁଚି ରହିଲାନି ବେଶୀ ଦିନ। ଶବବ୍ୟବଚ୍ଛେଦ ପରେ ଜଣାପଡ଼ିଲା ମହିଳା ଜଣଙ୍କୁ ହତ୍ୟା କରାଯାଇଛି। ତା’ପରେ ତଦନ୍ତ କରି ଘଟଣାର ଗୁମର ଖୋଲିଲା ପୋଲିସ୍‌। ମା’କୁ ହତ୍ୟା କରିବା ଅଭିଯୋଗରେ ଝିଅ ଓ ତା’ ପ୍ରେମିକକୁ ଗିରଫ କରିଛି ପୋଲିସ୍‌। ଘଟଣାଟି ରାଉରକେଲାର। ଗିରଫ ପ୍ରେମିକପ୍ରେମିକା ହେଲେ ସୁବ୍ରତ ଭରାସାଗର ଓ ରିୟା କୁମାରୀ।

ଘଟଣାଟି ହେଉଛି ଏମିତି। ରିୟା ଓ ସୁବ୍ରତଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାକୁ ବିରୋଧ କରୁଥିଲେ ରିୟାଙ୍କ ମା’ ପାନୋ ନାୟକ। ସେଥିପାଇଁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ରିୟା ଓ ସୁବ୍ରତ। ସେଦିନ ଥିଲା ୨୦୧୬ ଡିସେମ୍ବର ୨ ତାରି‌ଖ। ରାତିରେ ରାଉରକେଲାର ସେକ୍ଟର ୮ର ଡି/୯ କ୍ୱାର୍ଟରରେ ପାନୋ ଦୁଇ ଝିଅ ରିୟା ଓ ସୁନୀତା ସହିତ ଥିଲେ। ତାଙ୍କ ସ୍ୱାମୀ ପ୍ଲାଣ୍ଟକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ରିୟା ତା’ ସାନ ଭଉଣୀ ସୁନୀତାକୁ ଫାଷ୍ଟ୍‌ଫୁଡ୍ ଆଣିବାକୁ ବାହାରକୁ ପଠାଇ ଦେଇଥିଲା। ସୁନୀତା ଶୋଇଥିବା ବେଳେ ରିୟା ଓ ତା ପ୍ରେମିକ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ।

ସେକ୍ଟର ୭ ଥାନା ପୋଲିସ୍ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related story