ରାୟଗଡ଼ା: ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ

ରାୟଗଡ଼ା: ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି। ଗୁଣିଗାରେଡ଼ି ସନ୍ଦେହରେ ରାୟଗଡ଼ା ଜିଲ୍ଲା ନାଥମା ଗାଁର ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା  ଅଭିଯୋଗ ହୋଇଛି। ହତ୍ୟା ପରେ ଦୁର୍ବୃତ୍ତମାନେ ମୃତଦେହ ଦୁଇଟିକୁ ପୋଡ଼ି ଦେଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ନାଥମା ଗାଁର ଆପୁଡ଼ ବେଲେକା ଓ ଲଗ୍ରା ପିଡ଼ିକା। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନି। ତେବେ ଜଣଙ୍କୁ ଡାକି ପୋଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ […]

rayagada

Rakesh Mallick
  • Published: Thursday, 20 August 2015
  • , Updated: 20 August 2015, 09:09 AM IST

ରାୟଗଡ଼ା: ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି। ଗୁଣିଗାରେଡ଼ି ସନ୍ଦେହରେ ରାୟଗଡ଼ା ଜିଲ୍ଲା ନାଥମା ଗାଁର ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା  ଅଭିଯୋଗ ହୋଇଛି। ହତ୍ୟା ପରେ ଦୁର୍ବୃତ୍ତମାନେ ମୃତଦେହ ଦୁଇଟିକୁ ପୋଡ଼ି ଦେଇଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ନାଥମା ଗାଁର ଆପୁଡ଼ ବେଲେକା ଓ ଲଗ୍ରା ପିଡ଼ିକା। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନି। ତେବେ ଜଣଙ୍କୁ ଡାକି ପୋଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ନାଥମା ଗାଁ ଜନଶୂନ୍ୟ ହୋଇଯାଇଛି। ଗାଁରେ କୌଣସି ପୁରୁଷ ନାହାନ୍ତି। ଯେଉଁ କେତେକ ମହିଳା ଅଛନ୍ତି ସେମାନେ କିଛି କହୁ ନାହାନ୍ତି।

Related story