ରାୟଗଡ଼ା: ନିୟମଗିରିରୁ ୨ ଡଙ୍ଗରିଆ କନ୍ଧ ଅପହୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ଅନ୍ତର୍ଗତ ଡଙ୍ଗାମାଟି ଓ ଖମ୍ବେସି ଗାଁରୁ ଦୁଇ ଜଣ ଡଙ୍ଗରିଆ କନ୍ଧକୁ ମାଓବାଦୀମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅପହୃତମାନେ ହେଲେ ଶ୍ୟାମ ସିକକା ଏବଂ ଲଡୁ ୱାଡେକା। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ସେମାନଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ଲଡୁ ୱାଡେକା ନିୟମଗିରିରୁ ମେଳା ଦେଖି ଘରୁ ଫେରିଲା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ସେହିପରି ଶ୍ୟାମ ସିକକାକୁ ୧୦ରୁ ଅଧିକ ମାଓବାଦୀ ଘରୁ […]

maibadi

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 05:44 PM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ଅନ୍ତର୍ଗତ ଡଙ୍ଗାମାଟି ଓ ଖମ୍ବେସି ଗାଁରୁ ଦୁଇ ଜଣ ଡଙ୍ଗରିଆ କନ୍ଧକୁ ମାଓବାଦୀମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅପହୃତମାନେ ହେଲେ ଶ୍ୟାମ ସିକକା ଏବଂ ଲଡୁ ୱାଡେକା। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ସେମାନଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ଲଡୁ ୱାଡେକା ନିୟମଗିରିରୁ ମେଳା ଦେଖି ଘରୁ ଫେରିଲା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ସେହିପରି ଶ୍ୟାମ ସିକକାକୁ ୧୦ରୁ ଅଧିକ ମାଓବାଦୀ ଘରୁ ଡାକିନେଇ ଅପହରଣ କରିଥିବା ଜଣାପଡିଛି।

 ଗତକାଲି ନିୟମଗିରିରେ ପୋଲିସର କଂମ୍ବି ଅପରେସନ ବେଳେ ଜଣେ ମାଓବାଦୀଙ୍କ ମୃତ୍ୟୁ  ଘଟିଥିଲା।

 

 

 

 

Related story