Advertisment

କେବଳ ଭୋଜି ନୁହେଁ, ଘରେ ବନାନ୍ତୁ ମୁଢ଼ି ଘାଣ୍ଟ

ଆବଶ୍ୟକ ସାମଗ୍ରୀ: ବୁଟ ଡାଲି, ମସୁର ଡାଲି, ଭଜା ମାଛ ମୁଣ୍ଡ, ସୋରିଷ ତେଲ, ଶୁଖିଲା ଲଙ୍କା, ତେଜ ପତ୍ର, ଜିରା, ସୋରିଷ, କଟା ପିଆଜ, କଟା ଟମାଟୋ, ରସୁଣ ଓ ଅଦା ପେଷ୍ଟ, ଆଳୁ, ବିମ୍‌ସ, କଖାରୁ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ରୋଷେଇ କରିବାର କିଛି ସମୟ ପୂର୍ବରୁ ବୁଟ ଡାଲି ଓ ଅଳ୍ପ ମସୁର ଡାଲି ବତୁରାଇ ଦିଅନ୍ତୁ। ବର୍ତ୍ତମାନ ଏକ ପ୍ରେସର କୁକର୍‌ରେ ତେଲ ଗରମ […]

କେବଳ ଭୋଜି ନୁହେଁ, ଘରେ ବନାନ୍ତୁ ମୁଢ଼ି ଘାଣ୍ଟ

mudhi Ghanta

Advertisment

ଆବଶ୍ୟକ ସାମଗ୍ରୀ: ବୁଟ ଡାଲି, ମସୁର ଡାଲି, ଭଜା ମାଛ ମୁଣ୍ଡ, ସୋରିଷ ତେଲ, ଶୁଖିଲା ଲଙ୍କା, ତେଜ ପତ୍ର, ଜିରା, ସୋରିଷ, କଟା ପିଆଜ, କଟା ଟମାଟୋ, ରସୁଣ ଓ ଅଦା ପେଷ୍ଟ, ଆଳୁ, ବିମ୍‌ସ, କଖାରୁ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ।

Advertisment

ପ୍ରସ୍ତୁତି ପ୍ରଣାଳୀ: ରୋଷେଇ କରିବାର କିଛି ସମୟ ପୂର୍ବରୁ ବୁଟ ଡାଲି ଓ ଅଳ୍ପ ମସୁର ଡାଲି ବତୁରାଇ ଦିଅନ୍ତୁ। ବର୍ତ୍ତମାନ ଏକ ପ୍ରେସର କୁକର୍‌ରେ ତେଲ ଗରମ କରନ୍ତୁ। ଏଥିରେ ଦୁଇଟି ଶୁଖିଲା ଲଙ୍କା, ଗୋଟା ଜିରା, ଗୋଟା ସୋରିଷ ଓ ତେଜପତ୍ର ପକାଇ ଭାଜନ୍ତୁ। ଏହାପରେ ଏଥିରେ କଟା ପିଆଜ ପକାଇ ହାଲକା ଲାଲ୍ ହେବା ଯାଏଁ ଭାଜନ୍ତୁ। ବର୍ତ୍ତମାନ ଏଥିରେ କଟା ଆଳୁ, କଟା କଖାରୁ, ବିମ୍‌ସ, କଟା ଟମାଟୋ ଅଳ୍ପ ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ବତୁରା ଯାଇଥିବା ବୁଟ ଡାଲି ଓ ମସୁର ଡାଲି ପକାନ୍ତୁ। ଏହାପରେ ଅଳ୍ପ ପାଣି ଦେଇ କୁକର୍‌ଟିକୁ ବନ୍ଦ କରି କମ୍ ଆଞ୍ଚରେ ଗୋଟିଏ କି ଦୁଇଟି ସିଟି ମାରିବାକୁ ଛାଡି ଦିଅନ୍ତୁ।

ଏବେ ଏକ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ଲାଲ୍ ହୋଇଗଲେ ଏଥିରେ କଟା ପିଆଜ ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ। ବର୍ତ୍ତମାନ ଏଥିରେ ଅଦା ରସୁଣ ବଟା ପକାନ୍ତୁ। ଅଳ୍ପ ଲଙ୍କାଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ କଷନ୍ତୁ। ମସଲା କଷି ହୋଇଗଲେ ଏଥିରେ ଭଜା ମାଛ ମୁଣ୍ଡକୁ ପକାଇ ଦିଅନ୍ତୁ। ଆପଣ ଚାହିଁଲେ ଗୋଟିଏ କି ଦୁଇଟି ମାଛ ପିସ୍ ମଧ୍ୟ ପକାଇ ପାରିବେ। ବର୍ତ୍ତମାନ ଏହି ମାଛକୁ ଖଡ଼ିକାରେ ଛୋଟଛୋଟ ଖଣ୍ଡ କରିଦିଅନ୍ତୁ। ଏହାକୁ କିଛି ସମୟ କଷନ୍ତୁ। ଏବେ ଏଥିରେ ପ୍ରେସର କୁକର୍‌ରେ ଥିବା ଡାଲିକୁ ପକାଇଦିଅନ୍ତୁ। କିଛି ସମୟ କଷିଲା ପରେ ଏଥିରେ ଅଳ୍ପ ପାଣିଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ୫ ରୁ ୭ ମିନିଟ୍ ଫୁଟିଲା ପରେ ଏଥିରେ ଗରମ ମସଲା ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମୁଢ଼ି ଘାଣ୍ଟ। ନୂଆ ବର୍ଷରେ ବନାଇ ନିଜେ ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe