କେମିକାଲ୍‌ ନୁହେଁ ଏହି ସବୁ ଫଳ ପରିବା ଲିଭାଇ ଦେବ ଆଖି ତଳର କଳାଦାଗ

ଆଖି ତଳେ ପଡ଼ୁଥିବା କଳା ଦାଗ ବିଭିନ୍ନ କାରଣରୁ ହୋଇଥାଏ। କେତେକେ କ୍ଷେତ୍ରରେ ବୟସାଧିକ କାରଣରୁ ଓ ଆଉ କେତେକ ସ୍ଥାନରେ ନିଜ ଭୁଲ ଯୋଗୁଁ ଏପରି ସମସ୍ୟା ହୋଇଥାଏ। ଏହି କଳା ଦାଗକୁ ହଟାଇବାରେ ଅମୃତଭଣ୍ଡା ଏକ ଔଷଧ ଭଳି କାମ କରେ। କାରଣ ଏଥିରେ ଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ଭରି ରହିଥାଏ। ଅମୃତଭଣ୍ଡା : ଅମୃତଭଣ୍ଡା ଓ ଏହାର ଚୋପାରେ ଏକପ୍ରକାର ଏନ୍‌ଜାଇମ୍‌ ଥାଏ। ଯାହାକୁ ପପେନ୍‌ କୁହାଯାଏ। ଏହା ଚର୍ମ ପାଇଁ […]

papp

papp

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 06:12 PM IST

Sports

Latest News

ଆଖି ତଳେ ପଡ଼ୁଥିବା କଳା ଦାଗ ବିଭିନ୍ନ କାରଣରୁ ହୋଇଥାଏ। କେତେକେ କ୍ଷେତ୍ରରେ ବୟସାଧିକ କାରଣରୁ ଓ ଆଉ କେତେକ ସ୍ଥାନରେ ନିଜ ଭୁଲ ଯୋଗୁଁ ଏପରି ସମସ୍ୟା ହୋଇଥାଏ। ଏହି କଳା ଦାଗକୁ ହଟାଇବାରେ ଅମୃତଭଣ୍ଡା ଏକ ଔଷଧ ଭଳି କାମ କରେ। କାରଣ ଏଥିରେ ଆଣ୍ଟି ଅକ୍ସିଡେଣ୍ଟସ ଓ ମିନେରାଲ୍ସ ଭରି ରହିଥାଏ।

ଅମୃତଭଣ୍ଡା : ଅମୃତଭଣ୍ଡା ଓ ଏହାର ଚୋପାରେ ଏକପ୍ରକାର ଏନ୍‌ଜାଇମ୍‌ ଥାଏ। ଯାହାକୁ ପପେନ୍‌ କୁହାଯାଏ। ଏହା ଚର୍ମ ପାଇଁ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୃତ ଜୀବକୋଷକୁ ବାହାର କରି ଦେଇଥାଏ। ଖରା ପ୍ରକୋପରୁ ପପେନ୍‌ ଏନ୍‌ଜାଇମ୍‌ ଚର୍ମକୁ ରକ୍ଷା କରିଥାଏ। ଏହାଛଡ଼ା ଅମୃତଭଣ୍ଡାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫୋଲିକ୍ ଏସିଡି, ଭିଟାମିନ୍‌ ସି ଓ ଭିଟାମିନ୍‌ ବି ଭଳି ବହୁ ଉପକାରୀ ତତ୍ତ୍ୱ ରହିଥାଏ।

କିପରି ଦୂର ହେବ କଳାଦାଗ: ଅମୃତଭଣ୍ଡାରେ ତିଆରି ଫେସ୍‌ପ୍ୟାକ୍‌ ଆଖିର କଳାଦାଗ ସ୍ଥାନରେ ଲଗାନ୍ତୁ। ଏଥିରେ କଳାଦାଗ ଭଲ ହେବା ସହିତ ମୁହିଁରେ ଚମକ ଆସିବ। ଏଥିପାଇଁ ଅମୃତଭଣ୍ଡାର ଚୋପା ଛଡ଼ାଇ ଦିଅନ୍ତୁ। ଏହାପରେ ଦୁଇ ଚାମଚ୍‌ ଅମୃତଭଣ୍ଡା ପେଷ୍ଟ ସହିତ ଏକ ଚାମଚ ଲେମ୍ବୁ ରସ ମିଶାଇ କଳାଦାଗ ସ୍ଥାନରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ୍‌ ଏହାକୁ ଲଗାଇ ରଖିଲା ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ଭଲ ହେବା ସହିତ ମୁହଁ ଉଜ୍ଜ୍ୱଳ ହୋଇଥାଏ।

କମଳା ଲେମ୍ବୁ: ପାଚିଲା କମଳା ଚୋପାକୁ ଖରାରେ ସୁଖାଇ ଏହାର ପାଉଡର ବନାନ୍ତୁ। ଏହାପରେ ଏହି ପାଉଡରରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ କଳା ଦାଗ ଉପରେ ଲଗାନ୍ତୁ। ଦେଖିବେ କଳାଦାଗ ଚେହେରାରୁ ଲିଭିଯିବ।

ଆଳୁ: ଆଳୁରସ ସହିତ ସାମାନ୍ୟ ପରିମାଣରେ ଲେମ୍ବୁ ରସ ମିଶାଇ ଆଖି ତଳ କଳାଦାଗରେ ଲଗାନ୍ତୁ। ଏପିର କିଛି ସମୟ ଲଗାଇ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା ଚେହେରା ଉଜ୍ୱଳ ଦିଶିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos