ମାଛ ଧରୁ ଧରୁ ଅଜଗର
- Published: Thursday, 29 June 2017
- , Updated: 29 June 2017, 12:40 PM IST
<p>କୋଣାର୍କ: ମାଛ ଜାଲରେ ଧରା ପଡ଼ିଲା ବିଶାଳ ଅଜଗର। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ନେତପୁରଠାରେ କୁଶଭଦ୍ରା ନଦୀର ଏକ ଜୋରରେ ମାଛ ମାରିବା ପାଇଁ ସେହି ଗାଁର ଜଣେ ବ୍ୟକ୍ତି ଜାଲ୍ ବିଛାଇଥିଲେ। ତେବେ ଜାଲରେ ମାଛ ବଦଳରେ ଏକ ୧୫ ଫୁଟ୍ ଲମ୍ୱର ଏକ ବିରାଟ ଅଜଗର ଫସିଥିଲା। ଯାହାକୁ ଉଦ୍ଧାର କରାଯାଇଛି।</p>
<p>ସାପଟି ଜାଲରେ ଗୁଡ଼େଇ ହୋଇ ରହିଥିବାରୁ ତା’ ଜୀବନ ପ୍ରତି ବୀପଦ ସୃଷ୍ଟି ହୋଇଥିଲା। ଖବର ପାଇ କୋଣାର୍କ ବନ ବିଭାଗ କର୍ମଚାରୀମନେ ପହଞ୍ଚି ସାପଟିକୁ ଜୀବନ୍ତ ଉଦ୍ଧାର କରିଛନ୍ତି।</p>
<p>&nbsp;</p>