ରିଷି ମୃତ୍ୟୁ ମାମଲାରେ ଅଧିକ ସୂଚନା ଦେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବ ପୋଲିସ୍

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ର ରିଷି ମହାନ୍ତି ମୃତ୍ୟୁ ଘଟଣାରେ ଯେଉଁମାନେ ଅଧିକ ସୂଚନା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ଆଜି ସେ କହିଛନ୍ତି,“ଆମେ ରିଷିଙ୍କ ଶବବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ପାଇଛୁ। ଯେଉଁ ଡାକ୍ତରମାନେ ତାଙ୍କର ଶବବ୍ୟବଚ୍ଛେଦ ଓ ଭିସେରା ଟେଷ୍ଟ କରିଥିଲେ ଆମେ ସେମାନଙ୍କ ସହିତ ଯୋଗାଯୋଗ କରିବୁ ଓ ତାଙ୍କର ମୃତ୍ୟୁର ପ୍ରକୃତ କାରଣ କ’ଣ ହୋଇଥାଇପାରେ ସେ ନେଇ ମତାମତ ନେବୁ।” […]

dcp

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 05:41 PM IST

ଭୁବନେଶ୍ୱର: ଇଂଜିନିୟରିଂ ଛାତ୍ର ରିଷି ମହାନ୍ତି ମୃତ୍ୟୁ ଘଟଣାରେ ଯେଉଁମାନେ ଅଧିକ ସୂଚନା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।

ଆଜି ସେ କହିଛନ୍ତି,“ଆମେ ରିଷିଙ୍କ ଶବବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ପାଇଛୁ। ଯେଉଁ ଡାକ୍ତରମାନେ ତାଙ୍କର ଶବବ୍ୟବଚ୍ଛେଦ ଓ ଭିସେରା ଟେଷ୍ଟ କରିଥିଲେ ଆମେ ସେମାନଙ୍କ ସହିତ ଯୋଗାଯୋଗ କରିବୁ ଓ ତାଙ୍କର ମୃତ୍ୟୁର ପ୍ରକୃତ କାରଣ କ’ଣ ହୋଇଥାଇପାରେ ସେ ନେଇ ମତାମତ ନେବୁ।”

ଡିସିପି କହିଛନ୍ତି,“ଏହି ମାମଲାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଆମେ ଆହୁରି ଅଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବୁ। ଏ ଘଟଣା ସଂପର୍କରେ ଅଧିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ୍ ସୂଚନା ଦେବାକୁ ଚାହୁଁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବ।”

ଗତକାଲି ରିଷିଙ୍କ ଜଣେ ସାଙ୍ଗ କହିଥିଲେ ଯେ ତାଙ୍କୁ ଧମକ ଦିଆଯାଉଛି। ସେ ରିଷିଙ୍କ ମୃତ୍ୟୁ ସଂପର୍କରେ ଅଧିକ ସୂଚନା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିବା ପରେ କିଛି ଅଜଣା ବ୍ୟକ୍ତିଙ୍କଠାରୁ ଧମକ ପାଇଥିଲେ ବୋଲି କହିଥିଲେ।

ବିଜେପି ଅଭିଯୋଗ କରିଛି ଯେ ରିଷିଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ବେଳେ ପୋଲିସ୍ ଏହାକୁ ଅପମୃତ୍ୟୁର ରୂପ ଦେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍ ଏହି ମୃତ୍ୟୁକୁ ଅପମୃତ୍ୟୁର ରୂପ ଦେଉଛି ଓ ତଦନ୍ତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

କଂଗ୍ରେସ ନେତା ମନୋରଞ୍ଜନ ଦାସ କହିଛନ୍ତି,“ଅଧିକ ନିଶା ଦ୍ରବ୍ୟ ସେବନ ଯୋଗୁଁ ରିଷିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭିସେରା ରିପୋର୍ଟରେ କୁହାଯାଇଛି। ତେବେ ରିଷି ନିଜେ ନିଶା ଦ୍ରବ୍ୟ ସେବନ କରଥିଲେ ନାଁ ତାଙ୍କୁ ଜୋରଜବରଦସ୍ତି ଖୁଆଇ ଦିଆଯାଇଥିଲା ତା’ର ତଦନ୍ତ ପୋଲିସ୍ କରୁ। ଆମେ ଚାହୁଁଛୁ ମେୟର ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ରାଜ୍ୟ ସରକାର ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବିଜେଡି ଏ ଘଟଣାର ତଦନ୍ତ କରୁନି। ପୋଲିସ୍ ଏହାର ତଦନ୍ତ କରୁଛି। ତଦନ୍ତର ଫଳାଫଳ ଅନୁଯାୟୀ ଦଳ ପଦକ୍ଷେପ ନେବ।”

Related story