୨ସେବାୟତ ନିଯୋଗ ମଧ୍ୟରେ ବିବାଦ; ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଭୁବନେଶ୍ୱର: ଦୁଇ ସେବାୟତ ନିଯୋଗ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଯାଇଛି। ଗତକାଲିଠାରୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ ରହିଛନ୍ତି। କାଲି ମହାବାରୁଣୀ ସ୍ନାନ ହୋଇ ନ ପାରି ଥିବାରୁ ଏହାକୁ ନେଇ ଦୁଇ ନିଯୋଗ ମଧ୍ୟରେ  ବିବାଦ ଲାଗି ରହିଛି। ବ୍ରାହ୍ମଣ ଓ ବଡ଼ୁ ନିଯୋଗ ମଧ୍ୟରେ  ସୃଷ୍ଟି ହୋଇଥିବା ଏହି ବିବାଦକୁ ତୁଟାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଗତକାଲି ମହାବାରୁଣୀ ସ୍ନାନ ପାଇଁ ଠାକୁର ପାଲିଙ୍କିରେ ବିଜେ କରିବାର […]

ling

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 11:48 AM IST

ଭୁବନେଶ୍ୱର: ଦୁଇ ସେବାୟତ ନିଯୋଗ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଯାଇଛି। ଗତକାଲିଠାରୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ ରହିଛନ୍ତି। କାଲି ମହାବାରୁଣୀ ସ୍ନାନ ହୋଇ ନ ପାରି ଥିବାରୁ ଏହାକୁ ନେଇ ଦୁଇ ନିଯୋଗ ମଧ୍ୟରେ  ବିବାଦ ଲାଗି ରହିଛି। ବ୍ରାହ୍ମଣ ଓ ବଡ଼ୁ ନିଯୋଗ ମଧ୍ୟରେ  ସୃଷ୍ଟି ହୋଇଥିବା ଏହି ବିବାଦକୁ ତୁଟାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।

ଗତକାଲି ମହାବାରୁଣୀ ସ୍ନାନ ପାଇଁ ଠାକୁର ପାଲିଙ୍କିରେ ବିଜେ କରିବାର ଥିଲା। ତେବେ ବ୍ରାହ୍ମଣ ନିଯୋଗ ଠାକୁରଙ୍କୁ ବିଜେ କରାଇ ନ ଥିବା ବଡ଼ୁ ନିଯୋଗ କହିଛି। ମହାପ୍ରଭୁ କେଉଁ ସମୟରେ ପାଲିଙ୍କି ବିଜେ କରିବେ ସେନେଇ ପ୍ରଶାସନ ସମୟ ନିର୍ଦ୍ଧାରଣ କରି ନ ଥିବା ଦୁଇ ନିଯୋଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଗତକାଲିଠୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି।

 

Related story