ରାଉରକେଲା ଓ ଜୟପୁରରୁ ଆରମ୍ଭ ହେବ ବିମାନ ସେବା

ରାଉରକେଲା/ଜୟପୁର(ଓଡିଶା ରିପୋର୍ଟର): ରାଉରକେଲା ଓ ଜୟପୁରରୁ ପ୍ରତିଦିନ ବିମାନ ଉଡିବ। ଏଥିପାଇଁ ନିର୍ମାଣ କାର୍ଯ୍ୟ ଜୋରଦାରରେ ଚାଲିଛି। ବିମାନ ବନ୍ଦରର ପାଚେରୀ ନିର୍ମାଣ ସହ ଟର୍ମିନାଲ କେନ୍ଦ୍ରର ମଧ୍ୟ କାମ ଚାଲିଛି। ଆସନ୍ତା ଜାନୁୟାରୀ ସୁଦ୍ଧା ଏଠାରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚଳାଚଳ କରିବ। ଏଥିଲାଗି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଝାରସୁଗୁଡା ଟିମ୍ ରାଉରକେଲାରେ ପହଞ୍ଚି ବିମାନବନ୍ଦର ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଛନ୍ତି। ସେଲ୍‌ ସହ ଏମଓୟୁ ସ୍ୱାକ୍ଷର ପରେ ଜାନୁୟାରୀ […]

rkl-and-jaipur-air-port12

rkl-and-jaipur-air-port12

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 07:08 PM IST

Sports

Latest News

ରାଉରକେଲା/ଜୟପୁର(ଓଡିଶା ରିପୋର୍ଟର): ରାଉରକେଲା ଓ ଜୟପୁରରୁ ପ୍ରତିଦିନ ବିମାନ ଉଡିବ। ଏଥିପାଇଁ ନିର୍ମାଣ କାର୍ଯ୍ୟ ଜୋରଦାରରେ ଚାଲିଛି। ବିମାନ ବନ୍ଦରର ପାଚେରୀ ନିର୍ମାଣ ସହ ଟର୍ମିନାଲ କେନ୍ଦ୍ରର ମଧ୍ୟ କାମ ଚାଲିଛି। ଆସନ୍ତା ଜାନୁୟାରୀ ସୁଦ୍ଧା ଏଠାରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚଳାଚଳ କରିବ। ଏଥିଲାଗି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଝାରସୁଗୁଡା ଟିମ୍ ରାଉରକେଲାରେ ପହଞ୍ଚି ବିମାନବନ୍ଦର ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଛନ୍ତି। ସେଲ୍‌ ସହ ଏମଓୟୁ ସ୍ୱାକ୍ଷର ପରେ ଜାନୁୟାରୀ ୨୦୧୮ରୁ ଏୟାର ସର୍ଭିସ ଆରମ୍ଭ ହେବାର ସମ୍ଭାବନା ରହିଛି। ଉଡାନ ଯୋଜନାରେ ଏହି ବିମାନ ସେବା ଆରମ୍ଭ ହେଉଛି।  ଭୁବନେଶ୍ୱରକୁ ଏୟାର ଓଡିଶା ଏବଂ କୋଲକାତାକୁ ଡେକାନ କୋଲକାତା ବିମାନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି।

ରାଉରକେଲା ବିଧାୟକ ଦିଲ୍ଲୀପ ରାୟ କହିଛନ୍ତି-“ଉଡ଼ାନ୍‌ ଯୋଜନାରେ ରାଉରକେଲାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ କ୍ଷୀପ୍ରଗତିରେ ଆଗେଇ ଚାଲିଛି।”

ଆରସିସିଆଇର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ କହିଛନ୍ତି-“ରାଉରକେଲାକୁ ବିମାନ ସେବା ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ବ୍ୟବସାୟରେ ବହୁ ଉନ୍ନତି ହେବ। ଆଶା ରଖିଛୁ  ଜାନୁୟାରୀ ସୁଦ୍ଧାର ବିମାନ ଉଡିବ।”

ଏପଟେ ଆସନ୍ତା ମାର୍ଚ୍ଚରୁ ହୋଇପାରେ ଜୟପୁର ଏୟାରଷ୍ଟ୍ରିପରୁ ନିତିଦିନିଆ ବିମାନ ଚଳାଚଳ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଗରୁ କେବଳ ଭିଭିଆଇପିଙ୍କ ପାଇଁ ଚାଲିଥିବା ଏହି ଏୟାରଷ୍ଟ୍ରିପ୍ ଏବେ ନିତିଦିନିଆ ବିମାନବନ୍ଦରରେ ପରିଣତ ହେବ।  ପ୍ରତିଦିନ ୧୮ଟି ସିଟ୍ ବିଶିଷ୍ଟବିମାନରେ ଯାତ୍ରୀ ଯିବାଆସିବା କରିପାରିବେ। ଏହାରି ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ସହ ଦୁଇ ଜଣିଆ ଟିମ୍ ଭିତ୍ତିଭୂମି ଅନୁଧ୍ୟାନ କରିସାରିଛନ୍ତି। ଏପଟେ ସମ୍ପ୍ରସାରଣ ପାଇଁ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ସାରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story