Advertisment

ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ଜମାକାରୀଙ୍କ ଆବେଦନ ଗ୍ରହଣ ପାଇଁ ନିଯୁକ୍ତି ପାଇବେ ନୋଡାଲ ଅଫିସର

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଆବେଦନ ଗ୍ରହଣ ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହେବେ ନୋଡାଲ ଅଫିସର। ଅଧିକ ଆବେଦନକାରୀ ଆସିଲେ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ଓ ଆରଡିସି ଏହାର ତଦାରଖ କରିବେ। ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଏ କାମ ଆଗକୁ ନେବା ପାଇଁ ଅର୍ଥ ବିଭାଗ ରାଜସ୍ୱ ବିଭାଗକୁ ଚିଠି ଲେଖିଛି। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ମାମଲାର ବିଚାର ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର କୋର୍ଟ ଅକାମୀ ହୋଇ ଯାଇଥିବା ଓ […]

ଅଦ୍ୟତନ ହୋଇଛି
ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ଜମାକାରୀଙ୍କ ଆବେଦନ ଗ୍ରହଣ ପାଇଁ ନିଯୁକ୍ତି ପାଇବେ ନୋଡାଲ ଅଫିସର

rose valley

Advertisment

rose valleyଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଆବେଦନ ଗ୍ରହଣ ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ହେବେ ନୋଡାଲ ଅଫିସର। ଅଧିକ ଆବେଦନକାରୀ ଆସିଲେ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ଓ ଆରଡିସି ଏହାର ତଦାରଖ କରିବେ। ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଏ କାମ ଆଗକୁ ନେବା ପାଇଁ ଅର୍ଥ ବିଭାଗ ରାଜସ୍ୱ ବିଭାଗକୁ ଚିଠି ଲେଖିଛି। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ମାମଲାର ବିଚାର ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର କୋର୍ଟ ଅକାମୀ ହୋଇ ଯାଇଥିବା ଓ ଟଙ୍କା ଫେରସ୍ତରେ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅଭିଯୋଗ କରି ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ପ୍ରକାଶିତ ବିଜ୍ଞାପନ ଅନୁସାରେ ରୋଜଭ୍ୟାଲି ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ଆସନ୍ତା ୧ରୁ ୨୧ ତାରିଖ ଭିତରେ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ। ଆବେଦନ ପରେ ସରକାରଙ୍କ କାମ କ’ଣ ରହିବ ସେ ନେଇ ଅର୍ଥ ବିଭାଗ ରାଜସ୍ୱ ବିଭାଗକୁ ଚିଠି ଲେଖିଛି। ଆବେଦନ ଗ୍ରହଣ ପାଇଁ ପ୍ରତି ତହସିଲରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଆବେଦନକାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ନେଇ ଏକ ରେଜିଷ୍ଟର ରହିବ। ଜୁନ ୨୧ରେ ଜଣେ ସ୍ୱୀକୃତିପ୍ରାପ୍ତ ଅଫିସର ତହସିଲକୁ ଯାଇ ଆବେଦନ ହୋଇଥିବା ରେଜିଷ୍ଟରରେ ଦସ୍ତଖତ କରିବେ। ଯେଉଁଠି ଆବେଦନକାରୀଙ୍କ ସଂଖ୍ୟା ଅଧିକ ଥିବ ସେଠାରେ ଭିଡିଓଗ୍ରାଫି କରାଯିବ।

ଆବେଦନକାରୀଙ୍କ ତଥ୍ୟକୁ ଆଧାର କରି ଶୀଘ୍ର ଅର୍ଥ ବିଭାଗ ଆଉ ଏକ ଗାଇଡ଼ ଲାଇନ ଜାରି କରିବ। ଗୋଟିଏ ଜିଲ୍ଲାର ଆବେଦନକାରୀଙ୍କୁ ଦେଖି କେତେ ଟଙ୍କା ଦରକାର ସେ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଅନ୍ୟ ଚିଟଫଣ୍ଡ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତଙ୍କ ଆବେଦନ ପ୍ରକ୍ରିୟା କିପରି ହେବ ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଏପରି ସ୍ଥିତିରେ ବିଜେପି ଓ କଂଗ୍ରେସ ସରକାରଙ୍କ ଚିଟ୍‌ଫଣ୍ଡ ପ୍ରକ୍ରିୟାକୁ ନେଇ ଟାର୍ଗେଟ କରିଛନ୍ତି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “କଟକରେ ଏକ ସ୍ପେଶାଲ କୋର୍ଟ ସ୍ଥାପିତ ହୋଇଛି, ଯାହା ବନ୍ଦ ହୋଇଗଲାଣି। ନିୟମ ଅନୁସାରେ ୧୮୦ ଦିନ ମଧ୍ୟରେ ସମ୍ପତ୍ତି ବାଜ୍ୟାପ୍ତି ନ ହେଲେ ଆଉ ହୋଇ ପାରିବ ନାହିଁ। କମ୍ପାନୀମାନଙ୍କୁ ଯେପରି ସୁହାଇବ ସେହି କାମ ସରକାର କରୁଛନ୍ତି। ଏହାଦ୍ୱାରା ଜମାକାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ଟଙ୍କା ପାଇବା ନେଇ ସରକାରଙ୍କ ଉପରେ ଯେଉଁ ଆଶା ଥିଲା ତାହା ତୁଟି ଯାଉଛି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଚିଟ୍‌ଫଣ୍ଡ ଘଟଣାରେ ସରକାର ସମ୍ପୂର୍ଣ୍ଣ ଭାବେ ଚୋର ହୋଇଗଲେଣି। ସରକାର ଦିନକୁ ଗୋଟେ ଗୋଟେ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଲୋକଙ୍କ ପଇସା ଦେବାକୁ ଇଚ୍ଛା ନାହିଁ। ଟାଇମ ପାସ୍‌ ଲାଗି ସରକାର ଏପରି ଗୋଟେ ବ୍ୟବସ୍ଥା କରିଛନ୍ତି।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ଜମାକାରୀ ଟଙ୍କା ଫେରି ପାଆନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି। ରାଜ୍ୟ ସରକାରଙ୍କ ମାନସିକତାରେ ଉଣା ନାହିଁ। ବିରୋଧୀ ଦଳ ଯଦି ରାଜ୍ୟ ସରକାର ନେଉଥିବା ପଦକ୍ଷେପରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆମେ ନିରୂପାୟ। ରାଜ୍ୟ ସରକାର ଜମାକାରୀ କିପରି ଟଙ୍କା ଫେରି ପାଇବେ ସେଥିପାଇଁ କାମ କରୁଛନ୍ତି।”

ରୋଜଭ୍ୟାଲି ଦ୍ୱାରା ଦେଢ ଲକ୍ଷରୁ ଅଧିକ ଜମାକାରୀ ଠକେଇର ଶିକାର ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ରୋଜଭ୍ୟାଲିର ବ୍ୟାଜପ୍ତି ସମ୍ପତ୍ତି ନିଲାମ ପାଇଁ ପ୍ରଥମ ଥର କରାଯାଇଥିବା ନିଲାମୀରେ କେହି ଅଂଶଗ୍ରହଣ କରି ନ ଥିଲେ। ଚଳିତ ମାସ ପୁଣି ଥରେ ଉକ୍ତ ସମ୍ପତ୍ତି ନିଲାମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe