ଋଷରୁ ଭାରତକୁ ଆସିବ MIG-35 ଯୁଦ୍ଧ ବିମାନ: ଆମେରିକାକୁ ବି ଟକ୍କର ଦେଇପାରିବ

ନୂଆଦିଲ୍ଲୀ:ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ ଏକ ଶକ୍ତିଶାଳୀ ଯୁଦ୍ଧ ବିମାନ। ସବୁଠୁ ପ୍ରଭାବାଶାଳୀ ଏବଂ ଶତ୍ରୁପକ୍ଷକୁ ଚକ୍‌ମା ଦେବାର କ୍ଷମତା ଥିବା ଋଷର ଯୁଦ୍ଧ ବିମାନ ଏମଆଇଜି -୩୫କୁ ଭାରତ କିଣିବାର ଯୋଜନା ରହିଛି। ଏହି ବିମାନକୁ ଋସ ଭାରତକୁ ବିକିବା ପାଇଁ ରାଜି ହୋଇଛି। ଏ ସମ୍ପର୍କରେ ଋଷର ବାୟୁସେନା ନିର୍ଦ୍ଦେଶକ ଆଇୟା ଟାରାସେଙ୍କୋ ସୂଚନା ଦେଛନ୍ତି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଏହି ବିମାନ 4++ ଜେନେରେଶନର ବୋଲି କୁହାଯାଉଛି।  ଏହି […]

Untitled-5

Rakesh Mallick
  • Published: Sunday, 23 July 2017
  • , Updated: 24 July 2017, 07:42 AM IST

ନୂଆଦିଲ୍ଲୀ:ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ ଏକ ଶକ୍ତିଶାଳୀ ଯୁଦ୍ଧ ବିମାନ। ସବୁଠୁ ପ୍ରଭାବାଶାଳୀ ଏବଂ ଶତ୍ରୁପକ୍ଷକୁ ଚକ୍‌ମା ଦେବାର କ୍ଷମତା ଥିବା ଋଷର ଯୁଦ୍ଧ ବିମାନ ଏମଆଇଜି -୩୫କୁ ଭାରତ କିଣିବାର ଯୋଜନା ରହିଛି। ଏହି ବିମାନକୁ ଋସ ଭାରତକୁ ବିକିବା ପାଇଁ ରାଜି ହୋଇଛି। ଏ ସମ୍ପର୍କରେ ଋଷର ବାୟୁସେନା ନିର୍ଦ୍ଦେଶକ ଆଇୟା ଟାରାସେଙ୍କୋ ସୂଚନା ଦେଛନ୍ତି।

ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଏହି ବିମାନ 4++ ଜେନେରେଶନର ବୋଲି କୁହାଯାଉଛି।  ଏହି ଏମଆଇଜି -୩୫ ଆମେରିକାର ଯୁଦ୍ଧ ବିମାନକୁ ଟକ୍କର ଦେବାର କ୍ଷମତା ରହଛି। କେବଳ ସେତିକି ନୁହେଁ ଅକାଶମାର୍ଗରେ ଶତ୍ରୁପକ୍ଷର ବିମାନକୁ ଟାର୍ଗେଟ କରିବା ସହ ଭୂପୃଷ୍ଠକୁ ମଧ୍ୟ ଆକ୍ରମଣ କରିପାରିବାର ଶକ୍ତି ରହିଛି। ଅଧିକ ଓଜନର ବିଷ୍ଫୋରକ ବହନ କରିବାର କ୍ଷମତା ଏହି ବିମାର ରହିଛି।  ୫୦ ବର୍ଷ ପୂର୍ବେ ଏଭଳି ଏମଆଇଜି ବିମାନକୁ ଭାରତ ବ୍ୟବହାର କରିଥିଲା। ହେଲେ ଏଥର ଏମଆଇଜିରେ ଅନେକ ପରିବର୍ତ୍ତନ ଅଣାଯାଇଥିବା କୁହାଯାଉଛି। ଏହି ଯୁଦ୍ଧ ବିମାନ ସାମିଲ ହେଲେ ଭାରତୀୟ ସେନାର ଶକ୍ତି ବୃଦ୍ଧି ହୋଇପାରିବ ବୋଲି କୁହାଯାଉଛି। ଆସନ୍ତା ବର୍ଷ ଏହି ବିମାନକୁ ଭାରତ କିଣିପାରେ।

Related story