ଏଣିକି ସବୁ ବସ୍‌ରେ ଲାଗିବ ସ୍ପିଡ ଗଭର୍ଣ୍ଣର: ପରିବହନ କମିଶନର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଚଳପ୍ରଚଳ କରୁଥିବା ସବୁ ଯାତ୍ରୀବାହୀ ବସ୍‌ରେ ଲାଗିବ ସ୍ପିଡ ଗଭର୍ଣ୍ଣର। ଆସନ୍ତା ମାସ ୩୧ ସୁଦ୍ଧା ସ୍ପିଡ ଗଭର୍ଣ୍ଣର ଲଗାଯିବା କାମ ଶେଷ କରାଯିବ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ବସ୍‌ ଦୁର୍ଘଟଣା ପରେ ଆଜି ବସ୍‌ ମାଲିକ ସଂଘ ଏବଂ ପରିବହନ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡ୍ରାଇଭରଙ୍କ ଉପରେ ନଜର ରଖିବା ଲାଗି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯିବ। ମଦ୍ୟପାନ କରି ଗାଡ଼ି ଚଳାଉଥିଲେ କିମ୍ବା ଡ୍ରାଇଭିଂ ବେଳେ ମୋବାଇଲ ଫୋନ୍‌ରେ […]

bus

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 09:22 PM IST

ଭୁବନେଶ୍ୱର: ଏଣିକି ରାଜ୍ୟରେ ଚଳପ୍ରଚଳ କରୁଥିବା ସବୁ ଯାତ୍ରୀବାହୀ ବସ୍‌ରେ ଲାଗିବ ସ୍ପିଡ ଗଭର୍ଣ୍ଣର। ଆସନ୍ତା ମାସ ୩୧ ସୁଦ୍ଧା ସ୍ପିଡ ଗଭର୍ଣ୍ଣର ଲଗାଯିବା କାମ ଶେଷ କରାଯିବ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ବସ୍‌ ଦୁର୍ଘଟଣା ପରେ ଆଜି ବସ୍‌ ମାଲିକ ସଂଘ ଏବଂ ପରିବହନ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଡ୍ରାଇଭରଙ୍କ ଉପରେ ନଜର ରଖିବା ଲାଗି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯିବ। ମଦ୍ୟପାନ କରି ଗାଡ଼ି ଚଳାଉଥିଲେ କିମ୍ବା ଡ୍ରାଇଭିଂ ବେଳେ ମୋବାଇଲ ଫୋନ୍‌ରେ କଥା ହେଉଥିବା ଡ୍ରାଇଭରଙ୍କୁ ଧରିବ ଏହି ସ୍କ୍ୱାର୍ଡ। ଏହାସହ ଡ୍ରାଇଭରଙ୍କ ମୋବାଇଲ ଫୋନ୍‌ ଏଣିକି କଣ୍ଡକ୍ଟରଙ୍କ ପାଖରେ ରହିବ।

ପରିବହନ କମିଶନର ଚନ୍ଦ୍ରଶେଖର କୁମାର କହିଛନ୍ତି,“ଆସନ୍ତା ୩୧ ତାରିଖ ସୁଦ୍ଧା ସବୁ ଗାଡିରେ ସ୍ପିଡ ଗଭର୍ଣ୍ଣର ଲଗାଯିବ। ବସ୍‌ ଓ ଟ୍ରକ୍‌ ସଂଘର କର୍ମକର୍ତ୍ତାମାନେ କହିଛନ୍ତି, ସେମାନେ ନିଜେ ଡ୍ରାଇଭରମାନଙ୍କୁ ସଚେତନ କରାଇବେ। ଆଉ ଏଥିପାଇଁ ବଳିଷ୍ଠ ପଦକ୍ଷେପ ନେବେ। ଏହାସହ ମଦ୍ୟପାନ କରି ଗାଡି ଚଲାଇବା, ଓଭର ଲୋଡିଂ, ଓଭର ସ୍ପିଡ ଓ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ବସ୍‌ କର୍ମଚାରୀଙ୍କ ବିଷୟରେ ଆପତ୍ତି ଅଭିଯୋଗ ଜଣାଇବା ଲାଗି ଯାତ୍ରୀମାନଙ୍କ ପାଇଁ ଟୋଲଫ୍ରି ନମ୍ବର ବ୍ୟବସ୍ଥା କରାଯିବ।”

Related story