ଫିଟ୍‌ ରହିବାକୁ ସରଳ ଉପାୟଟିଏ

ସୁସ୍ଥ ରହିବାକୁ କିଏ ବ୍ୟାୟାମ କରେ ତ ଆଉ କିଏ ଜିମ୍ ଯାଏ। ଆଉ କିଛି ଲୋକ ନିଜ ଖାଦ୍ୟ ଓ ପାନୀୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ନିଜକୁ ଫିଟ୍‌ ରଖିବାକୁ ଏମିତି ଉପାୟ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଆମେ ଆଜି ଗୋଟିଏ ଟିପ୍ସ ଦେବୁ। ଯାହା ପୂରା ନ୍ୟାଚୁରାଲ। କମ୍‌ ଖର୍ଚ୍ଚରେ ଆପଣ ମଧ୍ୟ ଏଭଳି ଉପାୟ ଆପଣାଇ ପାରିବେ। ଯଦି ଆପଣ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ତା’ହେଲେ ଗାଧୋଇବା ପାଣିରେ ଗୋଟିଏ […]

gadhua

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 09:30 AM IST

ସୁସ୍ଥ ରହିବାକୁ କିଏ ବ୍ୟାୟାମ କରେ ତ ଆଉ କିଏ ଜିମ୍ ଯାଏ। ଆଉ କିଛି ଲୋକ ନିଜ ଖାଦ୍ୟ ଓ ପାନୀୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ନିଜକୁ ଫିଟ୍‌ ରଖିବାକୁ ଏମିତି ଉପାୟ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଆମେ ଆଜି ଗୋଟିଏ ଟିପ୍ସ ଦେବୁ। ଯାହା ପୂରା ନ୍ୟାଚୁରାଲ। କମ୍‌ ଖର୍ଚ୍ଚରେ ଆପଣ ମଧ୍ୟ ଏଭଳି ଉପାୟ ଆପଣାଇ ପାରିବେ। ଯଦି ଆପଣ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ତା’ହେଲେ ଗାଧୋଇବା ପାଣିରେ ଗୋଟିଏ ଚାମଚ ଲୁଣ ପକାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

ତ୍ୱଚା ସଂକ୍ରମଣ: ଯଦି ଆପଣ ତ୍ୱଚା ସଂକ୍ରମଣ  ଜନିତ ରୋଗରେ ପୀଡିତ  ତେବେ ଗାଧୋଇବା ପାଣିରେ ଏକ ଚାମଚ ଲୁଣ ପକାଇ ଗାଧାନ୍ତୁ। ଏପରି କରିବା ଦ୍ୱାରା  କାଛୁ, କୁଣ୍ଡିଆ ଜନିତ ରୋଗରୁ ଆରାମ ମିଳିଥାଏ।

ତ୍ୱଚାର ସୌନ୍ଦର୍ଯ୍ୟ ବଢେ: ଏହି ପାଣିରେ ଗାଧୋଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ଆଣ୍ଠୁ ଯନ୍ତ୍ରଣା: ଯେଉଁମାନେ ଲୁଣ ମିଶା ଯାଇଥିବା ପାଣିରେ ଗାଧୋଇ ଥାଆନ୍ତି ସେମାନେ ଆଣ୍ଠୁ ଯନ୍ତ୍ରଣାରୁ ରକ୍ଷା ପାଇଥାନ୍ତି।

ଅଣ୍ଟା ଯନ୍ତ୍ରଣା: ସେହିପରି ଲୁଣା ମିଶାଯାଇଥିବା ପାଣିରେ ଗାଧୋଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ।

Related story