ଶିଶୁ ପୁତ୍ର ଚୋରି ଘଟଣା:ଉଦ୍ଧାର ଶିଶୁର ଡିଏନ୍‌ଏ ରିପୋର୍ଟ ନେଗେଟିଭ୍‌

ସମ୍ୱଲପୁର: ସମ୍ବଲପୁର ମେଡିକାଲରୁ ଶିଶୁ ପୁତ୍ର ଚୋରି ଘଟଣାରେ ବରଗଡ଼ରୁ ଉଦ୍ଧାର ଶିଶୁର ଆଜି ଡିଏନ୍ଏ ରିପୋର୍ଟ ପ୍ରକାଶ ପାଇଛି। ଉଦ୍ଧାର ଶିଶୁପୁତ୍ରର ଡିଏନ୍‌ଏ ରିପୋର୍ଟ ନେଗେଟିଭ୍ ଥିବା ଏସପି ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ସଦର ମେଡିକାଲରୁ ଜଣେ ମହିଳାଙ୍କ ନବଜାତ ଶିଶୁପୁତ୍ର କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।  ଘଟଣାକୁ ୬ ମାସରୁ ଅଧିକ ସମୟ ବିତି ଥିବାବେଳେ ଗତ ୧୨ ତାରିଖରେ ପୋଲିସ ବରଗଡ଼ରୁ ଏକ ଶିଶୁ […]

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 01:56 PM IST

ସମ୍ୱଲପୁର: ସମ୍ବଲପୁର ମେଡିକାଲରୁ ଶିଶୁ ପୁତ୍ର ଚୋରି ଘଟଣାରେ ବରଗଡ଼ରୁ ଉଦ୍ଧାର ଶିଶୁର ଆଜି ଡିଏନ୍ଏ ରିପୋର୍ଟ ପ୍ରକାଶ ପାଇଛି। ଉଦ୍ଧାର ଶିଶୁପୁତ୍ରର ଡିଏନ୍‌ଏ ରିପୋର୍ଟ ନେଗେଟିଭ୍ ଥିବା ଏସପି ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ସଦର ମେଡିକାଲରୁ ଜଣେ ମହିଳାଙ୍କ ନବଜାତ ଶିଶୁପୁତ୍ର କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।  ଘଟଣାକୁ ୬ ମାସରୁ ଅଧିକ ସମୟ ବିତି ଥିବାବେଳେ ଗତ ୧୨ ତାରିଖରେ ପୋଲିସ ବରଗଡ଼ରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା। ଏହି ଶିଶୁ ପୁତ୍ର ତାଙ୍କର ବୋଲି ଅନିରୁଦ୍ଧ ମାଝି ଓ ପତ୍ନୀ ଗୀତାଞ୍ଜଳି ଦାବି କରିଥିଲେ। ପରେ ପୋଲିସ ଯାଞ୍ଚ ପାଇଁ ରକ୍ତ ନମୂନା ସଂଗ୍ରହ କରି ଡିଏନଏ ଟେଷ୍ଟ ପାଇଁ ପଠାଇଥିଲା।

Related story