ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଆଜି ସକାଳ ୧୦ଟା ବେଳେ  ପୂଜାର୍ଚ୍ଚନା ପରେ  ପ୍ରଥମେ ୭ ନମ୍ୱର ସ୍ଲୁଇସ୍‌ ଗେଟ୍‌ ଦେଇ ପାଣି ଛଡ଼ା ଯାଇଥିଲା। ସକାଳେ ୭ଟି ଗେଟ୍ ଖୋଲା ଯାଇଥିବା ବେଳେ ଅପରାହ୍ନରେ ପୁଣି ୩ଟି ଗେଟ୍ ଖୋଲା ଯାଇଥିଲା। ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି। ପ୍ରତି ଗେଟ୍ ଦେଇ ସେକେଣ୍ଡକୁ ୧୫,୦୦୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ […]

hirakuda

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 07:40 PM IST

ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଆଜି ସକାଳ ୧୦ଟା ବେଳେ  ପୂଜାର୍ଚ୍ଚନା ପରେ  ପ୍ରଥମେ ୭ ନମ୍ୱର ସ୍ଲୁଇସ୍‌ ଗେଟ୍‌ ଦେଇ ପାଣି ଛଡ଼ା ଯାଇଥିଲା। ସକାଳେ ୭ଟି ଗେଟ୍ ଖୋଲା ଯାଇଥିବା ବେଳେ ଅପରାହ୍ନରେ ପୁଣି ୩ଟି ଗେଟ୍ ଖୋଲା ଯାଇଥିଲା। ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି। ପ୍ରତି ଗେଟ୍ ଦେଇ ସେକେଣ୍ଡକୁ ୧୫,୦୦୦ ଘନଫୁଟ ଜଳ ନିଷ୍କାସିତ ହେଉଛି।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢୁଛି। ତଳିଆ ଅଞ୍ଚଳ ପ୍ରତି ଏତେଟା ବିପଦ ନ ଥିଲେ ମଧ୍ୟ  ବନ୍ୟାଜଳ ନିଷ୍କାସନ ପରେ ୧୨ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ପାଇଁ କୁହାଯାଇଛି।

ବନ୍ୟାକୁ ଦୃଷ୍ଟିରେ ରଖି ସମ୍ୱଲପୁର, ବରଗଡ଼, ସୋନପୁର, ଅନୁଗୋଳ, ବୌଦ୍ଧ, ନୟାଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story