ସମ୍ୱଲପୁରରେ କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ୍ ଜମାକାରୀଙ୍କ ସମାବେଶ

ସମ୍ୱଲପୁର: ଆଜି ସମ୍ୱଲପୁରରେ କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ୍ ଜମାକାରୀ ଏକ ସମାବେଶ କରିଛନ୍ତି। ପ୍ରତି ତହସିଲ ସ୍ତରରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଜମା ରାଶି ଫେରସ୍ତ କରିବା ପାଇଁ ବ୍ୟବସ୍ଥା ଦାବିରେ ଏହି ସମାବେଶ କରାଯାଇଛି।  ସମ୍ୱଲପୁର ନାରୀ ସେବା ସଦନରେ ଚାଲିଥିବା ଏହି ସମାବେଶରେ ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀ ଯୋଗ ଦେଇଛନ୍ତି। ଏହାପରେ ୧୦ ତାରିଖରେ ନୟାଗଡ଼ ଓ ୧୭ରେ ବାଲେଶ୍ୱରରେ ଆଞ୍ଚଳିକ ସମାବେଶ […]

chit-fund

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 11:18 AM IST

ସମ୍ୱଲପୁର: ଆଜି ସମ୍ୱଲପୁରରେ କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ୍ ଜମାକାରୀ ଏକ ସମାବେଶ କରିଛନ୍ତି। ପ୍ରତି ତହସିଲ ସ୍ତରରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଜମା ରାଶି ଫେରସ୍ତ କରିବା ପାଇଁ ବ୍ୟବସ୍ଥା ଦାବିରେ ଏହି ସମାବେଶ କରାଯାଇଛି।  ସମ୍ୱଲପୁର ନାରୀ ସେବା ସଦନରେ ଚାଲିଥିବା ଏହି ସମାବେଶରେ ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲାର କ୍ଷତିଗ୍ରସ୍ତ ଜମାକାରୀ ଯୋଗ ଦେଇଛନ୍ତି। ଏହାପରେ ୧୦ ତାରିଖରେ ନୟାଗଡ଼ ଓ ୧୭ରେ ବାଲେଶ୍ୱରରେ ଆଞ୍ଚଳିକ ସମାବେଶ ଅନୁଷ୍ଠିତ ହେବ।

Related story