ସରକାରଙ୍କୁ କନ୍ଧମାଳର ବିକାଶ ଚିନ୍ତା: ସ୍ଥିତି ଅନୁଧ୍ୟାନ କରୁଛନ୍ତି ୪ ସଚିବ

କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ମୃତ୍ୟୁକୁ ନେଇ ଅପବାଦ ମୁଣ୍ଡାଇଥିବା ରାଜ୍ୟ ସରକାରଙ୍କୁ ଗୁମୁଡୁମାହାର ବିକାଶ ଚିନ୍ତା ଘାରିଛି। ଅଞ୍ଚଳରେ ଯୋଗାଯୋଗ ସୁବିଧା ସହ ପାଣି ଓ ବିଦ୍ୟୁତ ଯୋଗାଣ ପରି ସର୍ବନିମ୍ନ ସୁବିଧା ଯୋଗାଇ ଦେଇ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଆଜି ଗ୍ରାମ୍ୟ ଉନ୍ନୟନ ସଚିବ ମଧୁସୂଦନ ପାଢୀ, ପୂର୍ତ୍ତ ସଚିବ ନଳିନୀ ପ୍ରଧାନ, ଶକ୍ତି ସଚିବ ରାଜେଶ ବର୍ମା ଏବଂ ସ୍ୱାସ୍ଥ୍ୟ ସଚିବ […]

kalahandi

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 10:51 PM IST

କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ନୀରିହ ଲୋକଙ୍କ ମୃତ୍ୟୁକୁ ନେଇ ଅପବାଦ ମୁଣ୍ଡାଇଥିବା ରାଜ୍ୟ ସରକାରଙ୍କୁ ଗୁମୁଡୁମାହାର ବିକାଶ ଚିନ୍ତା ଘାରିଛି। ଅଞ୍ଚଳରେ ଯୋଗାଯୋଗ ସୁବିଧା ସହ ପାଣି ଓ ବିଦ୍ୟୁତ ଯୋଗାଣ ପରି ସର୍ବନିମ୍ନ ସୁବିଧା ଯୋଗାଇ ଦେଇ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏଥିପାଇଁ ଆଜି ଗ୍ରାମ୍ୟ ଉନ୍ନୟନ ସଚିବ ମଧୁସୂଦନ ପାଢୀ, ପୂର୍ତ୍ତ ସଚିବ ନଳିନୀ ପ୍ରଧାନ, ଶକ୍ତି ସଚିବ ରାଜେଶ ବର୍ମା ଏବଂ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ବାଲିଗୁଡା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗୁମୁଡୁମାହା ଅଞ୍ଚଳରେ ଯୋଗାଯୋଗ ଓ ପାନୀୟଜଳ ସ୍ଥିତିକୁ ନେଇ ଓଟିଭିରେ ଖବର ପ୍ରସାର ହେବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। କନ୍ଧମାଳକୁ ପୁଣି ବିକାଶ ମାନଚିତ୍ରରେ ଯୋଡିବାକୁ ୪ ସଚିବ ଅଞ୍ଚଳକୁ ଯାଇ ଅନୁଧ୍ୟାନ ଆରମ୍ଭ କରି ଦେଇଛନ୍ତି।

ଗ୍ରାମ୍ୟ ଉନ୍ନୟନ ସଚିବ ପାଢୀ କହିଛନ୍ତି, “କେବଳ ଗୁମୁଡୁମାହା ନୁହେଁ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲାର ଉନ୍ନତି କିପରି ହେବ ଏବଂ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି କିପରି ପୂରଣ ହେବ ସେ ନେଇ ପ୍ରଶାସନ ସହ ଆଲୋଚନା କରିଛୁ। ବିଶେଷ କରି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତିକରଣ ଏବଂ ପାନୀୟଜଳ ବ୍ୟବସ୍ଥା କିପରି କରାଯିବ ସେ ନେଇ ଗୁରୁତ୍ୱ ଦିଆଯାଉଛି।”

ସଚିବଙ୍କ କନ୍ଧମାଳ ଗସ୍ତକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। ସଚିବ ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଥିବା ବେଳେ ଏହା ଏକ ପ୍ରହସନ ବୋଲି ବିଜେପି କହିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଘଟଣା ସ୍ଥଳକୁ ନିହାତି ଯିବା କଥା। ନିଜକୁ ରାଜନେତା ବୋଲି ଭାବୁ ଥିଲେ ସେ ନିଶ୍ଚିତ ଯାଇଥାନ୍ତେ। ଏତେ ବଡ଼ ଘଟଣା ଘଟିଗଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେଠାକୁ ଗଲେନାହିଁ। ଲୋକଙ୍କ ଅବସ୍ଥା ବୁଝିବାକୁ କେବେ ଚେଷ୍ଟା କରିନାହାନ୍ତି କି ସେମାନଙ୍କ ଭଲମନ୍ଦ କେବେ ବୁଝିନାହାନ୍ତି।”

ସେ କହିଛନ୍ତି,“କନ୍ଧମାଳ ଗସ୍ତ କରିଥିବାରୁ ସଚିବମାନଙ୍କୁ ଧନ୍ୟବାଦ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସଠିକ୍ ଚିତ୍ର ଦିଅନ୍ତୁ। ସେମାନଙ୍କ ରିପୋର୍ଟ ଆଧାରରେ ସରକାର ପଦକ୍ଷେପ ନିଅନ୍ତୁ।”

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ଆଜି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ଯୋଗାଯୋଗ ସୁବିଧା ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ ନିଜେ ନ ଯାଇ ପ୍ରଶାସନିକ ଅଧିକାରୀଙ୍କୁ ପଠାଇ ଦେଉଛନ୍ତି। କେବଳ ପ୍ରହସନ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।”

ଅନ୍ୟପକ୍ଷରେ ବିରୋଧୀଙ୍କ ଏପରି ଅଭିଯୋଗକୁ ବିଜେଡି ସମାଲୋଚନା କରିଛନ୍ତି। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ମୁଖ୍ୟମନ୍ତ୍ରୀ ସେଠାକୁ ନିଶ୍ଚିତ ଯିବେ। ସେଠାରେ କ’ଣ ସମସ୍ୟା ଅଛି ଅନୁଧ୍ୟାନ କରାଯାଉଛି। ପର୍ଯ୍ୟାୟ କ୍ରମେ ସମସ୍ୟାର ସମାଧାନ କରାଯିବ। ଅଞ୍ଚଳର ବିକାଶ ହୋଇଛି କି ନାହିଁ ସ୍ଥାନୀୟ ଲୋକେ କହିବେ। ଏଥିପାଇଁ ବିରୋଧୀ ଦଳ, ଗଣମାଧ୍ୟମ କି ଆମ ଦଳର ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ।”

Related story