ସାରଥି ବାବାଙ୍କ ଭାଇଙ୍କ ଆକାଉଣ୍ଟରେ ଅଛି ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାରଥିଙ୍କୁ ଆଜି ପଞ୍ଚମ ଦିନ ପାଇଁ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଇତି ମଧ୍ୟରେ ଜଣାପଡ଼ିଛି ଯେ ତାଙ୍କ ଭାଇଙ୍କ ଆକାଉଣ୍ଟରେ ଅଛି ୨୫ ଲକ୍ଷ ଟଙ୍କା। ତେବେ ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା କେଉଁଠାରୁ ଆସିଲା, ବାବା ସାରଥିଙ୍କ ଆକାଉଣ୍ଟରୁ ତାହା ଟ୍ରାନ୍ସଫର ହୋଇଛି କି ନାହିଁ- ଏସବୁ ସଂପର୍କରେ ବିଶେଷ କିଛି ତଥ୍ୟ ମିଳି ନାହିଁ। ଏନେଇ ତଦନ୍ତ ଜାରି ରହିଛି। ଗୋଟିଏ ପଟେ ସାରଥି ବାବାଙ୍କ ବଡ଼ ଭାଇର ଆକାଉଣ୍ଟରେ ୨୫ ଲକ୍ଷ […]

vigilance

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 06:19 AM IST

ଭୁବନେଶ୍ୱର: ସାରଥିଙ୍କୁ ଆଜି ପଞ୍ଚମ ଦିନ ପାଇଁ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଇତି ମଧ୍ୟରେ ଜଣାପଡ଼ିଛି ଯେ ତାଙ୍କ ଭାଇଙ୍କ ଆକାଉଣ୍ଟରେ ଅଛି ୨୫ ଲକ୍ଷ ଟଙ୍କା। ତେବେ ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା କେଉଁଠାରୁ ଆସିଲା, ବାବା ସାରଥିଙ୍କ ଆକାଉଣ୍ଟରୁ ତାହା ଟ୍ରାନ୍ସଫର ହୋଇଛି କି ନାହିଁ- ଏସବୁ ସଂପର୍କରେ ବିଶେଷ କିଛି ତଥ୍ୟ ମିଳି ନାହିଁ। ଏନେଇ ତଦନ୍ତ ଜାରି ରହିଛି।

ଗୋଟିଏ ପଟେ ସାରଥି ବାବାଙ୍କ ବଡ଼ ଭାଇର ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଥିବା ଘଟଣାର ତଦନ୍ତ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କ ପୁଅ ସତ୍ୟମ ଶେଖର ରାଉଳଙ୍କୁ ଜେରା କରିବା ପାଇଁ ଖୋଜୁଛି କ୍ରାଇମବ୍ରାଞ୍ଚ୍। ତେବେ ଗତ ତିନି ଦିନ ହେଲାଣି ତାଙ୍କର ପତ୍ତା ମିଳୁ ନାହିଁ। ସାରଥିଙ୍କ ସଂପର୍କୀୟମାନେ ମଧ୍ୟ ତାଙ୍କ ସଂପର୍କରେ କିଛି କହିପାରୁ ନାହାନ୍ତି।

ଅନ୍ୟପକ୍ଷରେ ଆଜି ସାରଥି ବାବାଙ୍କର କେନ୍ଦ୍ରାପଡ଼ାରେ ଏକ ବ୍ୟାଙ୍କ ଲକର ଖୋଲାଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଯାବତ ତଦନ୍ତ ବେଳେ ଲାପଟପ୍ ଓ କଂପ୍ୟୁଟରରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସାରଥି ଆଶ୍ରମର ଏକ ହଜାର ପୃଷ୍ଠାର ବିଭିନ୍ନ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଭୁବନେଶ୍ୱର ଓ କେନ୍ଦ୍ରାପଡ଼ାରେ ସାରଥିଙ୍କର ଥିବା ସଂପତ୍ତିର ମୂଲ୍ୟାୟନ କରାଯିବ।

କ୍ରାଇମବାଞ୍ଚ୍ ଏଡିଜି ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତାକାଲି ସାରଥିଙ୍କ ଦ୍ୱିତୀୟ ରିମାଣ୍ଡ ଅବଧି ଶେଷ ହେଉଛି। ତାଙ୍କୁ ପୁଣି ଥରେ ଆସନ୍ତା ୧୫ ତାରିଖରେ କଟକ ଏସଡିଜେଏମ କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡରେ ନେଇପାରେ। ଏଯାଏଁ ସାରଥି ମାମଲାରେ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ।

Related story