ସାରଥି ବିବାଦ: ବିବାଦୀୟ ଯୁବତୀଙ୍କ ବୟାନ ରେକର୍ଡ

କଟକ; ସାରଥିଙ୍କ ହାଇଦ୍ରାବାଦ ରହଣି ପ୍ରସଙ୍ଗରେ ଆଜି ବିବାଦୀୟ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜଣେ ମହିଳା ମାଜିଷ୍ଟ୍ରେଟଙ୍କ ସାମ୍ମାରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସିଆରପିସିର ୧୬୪ ଧାରା ଅନୁସାରେ ଯୁବତୀ ତାଙ୍କ ବୟାନ ରଖିଛନ୍ତି । ଏ ନେଇ ପୂର୍ବରୁ କୋର୍ଟ ଅନୁମତି ଦେଇଥିଲେ । ସାରଥିଙ୍କ ସହ ସେ କେବେ ହାଇଦ୍ରାବାଦ ଯାଇଥିଲେ, ସେଠାରୁ ଅନ୍ୟ କୌଣସି ସ୍ଥାନକୁ ସେମାନେ ଯାଇଥିଲେ କି […]

rojalin mallick

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 07:46 AM IST

କଟକ; ସାରଥିଙ୍କ ହାଇଦ୍ରାବାଦ ରହଣି ପ୍ରସଙ୍ଗରେ ଆଜି ବିବାଦୀୟ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜଣେ ମହିଳା ମାଜିଷ୍ଟ୍ରେଟଙ୍କ ସାମ୍ମାରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସିଆରପିସିର ୧୬୪ ଧାରା ଅନୁସାରେ ଯୁବତୀ ତାଙ୍କ ବୟାନ ରଖିଛନ୍ତି । ଏ ନେଇ ପୂର୍ବରୁ କୋର୍ଟ ଅନୁମତି ଦେଇଥିଲେ । ସାରଥିଙ୍କ ସହ ସେ କେବେ ହାଇଦ୍ରାବାଦ ଯାଇଥିଲେ, ସେଠାରୁ ଅନ୍ୟ କୌଣସି ସ୍ଥାନକୁ ସେମାନେ ଯାଇଥିଲେ କି ନାହିଁ ବିଷୟରେ ଯୁବତୀ ନିଜ ବୟାନ ରଖିଥିବା ଅନୁମାନ କରାଯାଉଛଛି । ଯୁବତୀଙ୍କ ସହ ହାଇଦ୍ରାବାଦ ଯାଇଥିବା ଘଟଣାକୁ ପୂର୍ବରୁ ସାରଥି ଅସ୍ୱୀକାର କରିଥିଲେ । ତେବେ ଯୁବତୀ ଜଣକ ଏହା ସତ ବୋଲି ସ୍ୱୀକାର କରିବା ସହ ସାରଥିଙ୍କର କିଛି ଦୋଷ ନାହିଁ ବୋଲି କହିଥିଲେ।

Related story