ସାରଥି ବିବାଦ: ବିବାଦୀୟ ଯୁବତୀଙ୍କ ପାଇଁ ଏଫଆଇଆର ଦେଇଥିବା ମହିଳା କିଏ ?

କଟକ: ସାରଥି ବିବାଦରେ ଚର୍ଚ୍ଚାରେ ଥିବା ବିବାଦୀୟ ଯୁବତୀଙ୍କ ପ୍ରସଙ୍ଗରେ ଗତ ୭ ତାରିଖରେ ମଙ୍ଗଳାବାଗ ଥାନାରେ କିଏ ଦେଇଥିଲେ ଏତଲା, ଏ ନେଇ ଏକ ଭିଡିଓ ସିଡି ଓଟିଭିର ହସ୍ତଗତ ହୋଇଛି। ଯେଉଁଥିରେ ଜଣେ ମହିଳା ନିଜକୁ ଯୁବତୀର ସାଙ୍ଗର ମାଉସୀ ବୋଲି ପରିଚୟ ଦେଇଛନ୍ତି। ତେବେ ଏଇ ଭିଡିଓ ସିଡିର ସତ୍ୟାସତ୍ୟ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଅନୁମାନ କରାଯାଉଛି ସେହିଦିନ ମଙ୍ଗଳାବାଗ ଥାନାକୁ ମହିଳା ଜଣଙ୍କ ଆସିଥିବା ବେଳେ ପୋଲିସ ସହ […]

mahila

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 03:38 PM IST

କଟକ: ସାରଥି ବିବାଦରେ ଚର୍ଚ୍ଚାରେ ଥିବା ବିବାଦୀୟ ଯୁବତୀଙ୍କ ପ୍ରସଙ୍ଗରେ ଗତ ୭ ତାରିଖରେ ମଙ୍ଗଳାବାଗ ଥାନାରେ କିଏ ଦେଇଥିଲେ ଏତଲା, ଏ ନେଇ ଏକ ଭିଡିଓ ସିଡି ଓଟିଭିର ହସ୍ତଗତ ହୋଇଛି। ଯେଉଁଥିରେ ଜଣେ ମହିଳା ନିଜକୁ ଯୁବତୀର ସାଙ୍ଗର ମାଉସୀ ବୋଲି ପରିଚୟ ଦେଇଛନ୍ତି। ତେବେ ଏଇ ଭିଡିଓ ସିଡିର ସତ୍ୟାସତ୍ୟ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଅନୁମାନ କରାଯାଉଛି ସେହିଦିନ ମଙ୍ଗଳାବାଗ ଥାନାକୁ ମହିଳା ଜଣଙ୍କ ଆସିଥିବା ବେଳେ ପୋଲିସ ସହ ତାଙ୍କର କଥାବାର୍ତ୍ତା ଏହି ଭିଡିଓରେ ଉଲ୍ଲେଖ ରହିଛି। ସେପଟେ ଗତକାଲି କ୍ରାଇମବ୍ରାଞ୍ଚ ଏଫଆଇଆରରେ ଜଣେ ମହିଳାଙ୍କ ବିଷୟରେ ଉଲ୍ଲେଖ ରହିଛି। ବିବାଦୀୟ ଯୁବତୀ ଏହି ଏଫଆଇଆର ଦେଇଥିଲେ । ମହିଳା ଜଣଙ୍କ ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇଥିବା ଏଫଆଇଆରରେ ଉଲ୍ଲେଖ ଥିଲା।

ଉକ୍ତ ଭିଡିଓରୁ ମହିଳା ଜଣଙ୍କ ଯୁବତୀଙ୍କ ଜଣେ ସାଙ୍ଗର ମାଉସୀ ବୋଲି ପରିଚୟ ଦେଉଛନ୍ତି । ସେ କହୁଛନ୍ତି ଯେ, ମୋ ଝିଆରୀ ଓ ଯୁବତୀ ଜଣଙ୍କ ଗୋଟିଏ ହଷ୍ଟେଲରେ ରହୁଛନ୍ତି । ମୁଁ ମୋ ଝିଆରୀ ପାଖରୁ ଯୁବତୀ ଜଣଙ୍କ ବିଷୟରେ ଜାଣିବା ପରେ ତା’ସହ କଥା ହେବାକୁ କହିଥିଲି । ମୋ ଝିଆରୀ ତାଙ୍କ ସହ ମୋର କଥା କରାଇଥିଲା । ତାକୁ ହଷ୍ଟେଲରେ ୩ ଜଣ ମହିଳା ନଜର ରଖିବା ସହ ମାରଧର କରୁଥିଲେ ବୋଲି ସେ ମୋ ପାଖରେ କହିଥିଲେ । ସାରଥି ବିବାଦରେ ଯାହା ଜାଣିଛ ପୋଲିସକୁ କହି ଦେବାକୁ ମୁଁ ତାଙ୍କୁ କହିଥିଲି । ପୋଲିସ ସୁରକ୍ଷା ଦେଲେ ସବୁ କହିଦେବି ବୋଲି ଯୁବତୀ ଜଣଙ୍କ ମୋ ପାଖରେ କହିଥିଲେ । ତେଣୁ ତାକୁ ଥାନାକୁ ନେଇ କି ଆସିଲି ବୋଲି ମହିଳା ଜଣଙ୍କ କହୁଥିବା ଦେଖିବାକୁ ମିଳୁଛୁ ।

Related story