ସାରଥିଙ୍କ ହାଇଦ୍ରାବାଦ ଲିଙ୍କ୍: ଯାଞ୍ଚ ପାଇଁ ଆଜି ଯିବ କ୍ରାଇମବ୍ରାଞ୍ଚର ୩ ଜଣିଆ  ଟିମ୍

କଟକ: ସାରଥିଙ୍କ ହାଇଦ୍ରାବାଦ ଲିଙ୍କର ଖୋଳତାଡ଼ ପାଇଁ ଆଜି ସେଠାକୁ ଯିବ କ୍ରାଇମବ୍ରାଞ୍ଚ ଟିମ୍। ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ହାଇଦ୍ରାବାଦ୍ର ଗୋଲକୁଣ୍ଡା ହୋଟେଲର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବ। ତା’ଛଡ଼ା ସାରଥି ସେଠାରୁ ଅନ୍ୟ କେଉଁ ଆଡେ଼ ଯାଇଥିଲେ ସେ ନେଇ ମଧ୍ୟ ଖୋଳତାଡ଼ କରିବ। ବିବାଦୀୟ ଯୁବତୀ ସହ ସାରଥି ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଇଣ୍ଡିଗୋ ଫ୍ଲ।ଇଟରେ ହାଇଦ୍ରାବାଦ ଯିବା ପାଇଁ ସାରଥି ଓ ଜଣେ ମହିଳାଙ୍କ […]

bijays

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 03:35 AM IST

କଟକ: ସାରଥିଙ୍କ ହାଇଦ୍ରାବାଦ ଲିଙ୍କର ଖୋଳତାଡ଼ ପାଇଁ ଆଜି ସେଠାକୁ ଯିବ କ୍ରାଇମବ୍ରାଞ୍ଚ ଟିମ୍। ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ହାଇଦ୍ରାବାଦ୍ର ଗୋଲକୁଣ୍ଡା ହୋଟେଲର ସିସି ଟିଭି ଫୁଟେଜ୍ ଯାଞ୍ଚ କରିବ। ତା’ଛଡ଼ା ସାରଥି ସେଠାରୁ ଅନ୍ୟ କେଉଁ ଆଡେ଼ ଯାଇଥିଲେ ସେ ନେଇ ମଧ୍ୟ ଖୋଳତାଡ଼ କରିବ। ବିବାଦୀୟ ଯୁବତୀ ସହ ସାରଥି ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଇଣ୍ଡିଗୋ ଫ୍ଲ।ଇଟରେ ହାଇଦ୍ରାବାଦ ଯିବା ପାଇଁ ସାରଥି ଓ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଟିକଟ୍ ମଧ୍ୟ ପଦାକୁ ଆସିଥିଲା। ଏ ସଂପର୍କରେ ଟ୍ରାଭେଲ ଏଜେଣ୍ଟକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଥିଲା।

ସେପଟେ ସାରଥିଙ୍କ ଆଉ ୧୦ଟି ଆକାଉଣ୍ଟର ପତ୍ତା ପାଇଛି କ୍ରାଇମବ୍ରାଞ୍ଚ। ଏଥିରେ ୧୭ ଲକ୍ଷ ଟଙ୍କ। ରହିଥିବା ଜଣାପଡ଼ିଛି। ପୂର୍ବରୁ ମିଳିଥିବା ୨୩ଟି କାଉଣ୍ଟରେ ୨ କୋଟି ୫୫ ଲକ୍ଷ ଟଙ୍କ। ଜମା ଥିଲା। ସେପଟେ ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ଏହି ମାମଲାରେ ଇଡି କ୍ରାଇମବ୍ରାଞ୍ଚକୁ ତଥ୍ୟ ମାଗିଛି। ସାରଥୀଙ୍କ ଠାବ ସଂପତ୍ତି ସମ୍ପର୍କିତ ସମସ୍ତ କାଗଜପତ୍ର ଇଡି କ୍ରାଇମବ୍ରାଞ୍ଚକୁ ମାଗିଛି।

Related story