ସାରଥିଙ୍କ ତଥାକଥିତ ପୁଅ ସତ୍ୟମର ବ୍ୟାଙ୍କ ଲକରରୁ କିଛି ପାଇଲାନି କ୍ରାଇମବ୍ରାଞ୍ଚ ଟିମ

ଭୁବନେଶ୍ୱର: ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ନାଁରେ ଥିବା ବ୍ୟାଙ୍କ ଲକର୍ ଆଜି କ୍ରାଇମବ୍ରାଞ୍ଚ ଖୋଲିଛି । ଜଣେ କ୍ରାଇମବ୍ରାଞ୍ଚର ଅଧିକାରୀ କେନ୍ଦ୍ରାପଡ଼ା କଲେଜ ରୋଡ୍ ସ୍ଥିତ ଏସବିଆଇ ଶାଖାରେ ପହଞ୍ଚି ଲକର୍ ଖୋଲିଥିଲେ । ତେବେ ଲକରରୁ କିଛି ମିଳି ନ ଥିବା ସୂଚନା ମିଳିଛି। ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଜଣଙ୍କ ଆହ୍ଲାବାଦ ବ୍ୟାଙ୍କ ଶାଖାକୁ ଯାଇ ଖୋଳତାଡ଼ କରୁଛନ୍ତି । ସେପଟେ ହାଇଦ୍ରାବାଦରେ ସାରଥିଙ୍କ ହୋଟେଲ୍ ରହଣି ସମ୍ପର୍କରେ ଛାନଭିନ୍ ଜାରି ରହିଛି । […]

satyam 10

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 12:32 PM IST

ଭୁବନେଶ୍ୱର: ସାରଥିଙ୍କ ତଥାକଥିତ ପୁଅ ସତ୍ୟମ୍ ନାଁରେ ଥିବା ବ୍ୟାଙ୍କ ଲକର୍ ଆଜି କ୍ରାଇମବ୍ରାଞ୍ଚ ଖୋଲିଛି । ଜଣେ କ୍ରାଇମବ୍ରାଞ୍ଚର ଅଧିକାରୀ କେନ୍ଦ୍ରାପଡ଼ା କଲେଜ ରୋଡ୍ ସ୍ଥିତ ଏସବିଆଇ ଶାଖାରେ ପହଞ୍ଚି ଲକର୍ ଖୋଲିଥିଲେ । ତେବେ ଲକରରୁ କିଛି ମିଳି ନ ଥିବା ସୂଚନା ମିଳିଛି। ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଜଣଙ୍କ ଆହ୍ଲାବାଦ ବ୍ୟାଙ୍କ ଶାଖାକୁ ଯାଇ ଖୋଳତାଡ଼ କରୁଛନ୍ତି । ସେପଟେ ହାଇଦ୍ରାବାଦରେ ସାରଥିଙ୍କ ହୋଟେଲ୍ ରହଣି ସମ୍ପର୍କରେ ଛାନଭିନ୍ ଜାରି ରହିଛି । ସାରଥୀ ରହିଥିବା ଗୋଲକୁଣ୍ଡା ହୋଟେଲର ସିସିଟିଭି ଫୁଟେଜ୍ ଆଜି ଯାଞ୍ଚ କରାଯିବ। ଗତକାଲି କ୍ରାଇମବ୍ରାଞ୍ଚ ହୋଟେଲର ରେଜିଷ୍ଟର ଓ ସାରଥି ରହିଥିବା ରୁମ ଯାଞ୍ଚ କରିଥିଲା । ସାରଥି ଓ ବିବାଦୀୟ ଯୁବତୀ ଗତ ଜୁଲାଇ ୩ରୁ ୫ ପର୍ଯ୍ୟନ୍ତ ଗୋଲକୁଣ୍ଡା ହୋଟେଲରେ ରହିଥିବା ସନ୍ଦେହ କରାଯାଉଛି।

ସେହିପରି କ୍ରାଇମବ୍ରାଞ୍ଚ ନିକଟରେ ସାରଥି ସମିତିର କର୍ମକର୍ତ୍ତାମାନେ ହାଜର ହୋଇ ଆୟ ବ୍ୟୟ ହିସାବ ଦେଇଛନ୍ତି। ସମିତି କୋଷାଧକ୍ଷ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଆଜି କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । କଟକ ଡଗରପଡାରେ ୨୦୧୧ରୁ ସାରଥିଙ୍କ ନାମରେ ସମିତି ଆରମ୍ଭ ହୋଇ ଭକ୍ତଙ୍କଠାରୁ ଟଙ୍କ। ଆଦାୟ ହେଉଥିଲା। ଏହି ସମିତିରେ ୫୫୮ ଜଣ ସଭ୍ୟ ଅଛନ୍ତି ଓ ଏମାନେ ପ୍ରତି ମାସରେ ୧୦୧ ଟଙ୍କ। ଦେଉଥିଲେ । ଟଙ୍କ। ସେଣ୍ଟ୍ରାଲ ବ୍ୟାଙ୍କର ଏକ ଜଏଣ୍ଟ ଆକାଉଣ୍ଟରେ ଜମା ରହୁଥିଲା । ସତ୍ୟମ ଚାରିଟେବୁଲ ଟ୍ରଷ୍ଟ ସହ ସମିତିର କ’ଣ ସମ୍ପର୍କ ରହିଛି ଓ ଭକ୍ତଙ୍କ ଠାରୁ ଆଦାୟ ଟଙ୍କ। କେଉଁଠି ବିନିଯୋଗ ହୋଇଛି ତାହାର ମଧ୍ୟ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ରାଜ୍ୟରେ ପାଖାପାଖି ୩୦ ରୁ ୩୫ଟି ସମିତି ରହିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ପର୍ଯ୍ୟାୟକ୍ରମେ ଅନ୍ୟ ସମିତିର କର୍ମକର୍ତ୍ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷେ ଭକ୍ତଙ୍କଠାରୁ ଆଦାୟ ହୋଇଥିବା ଟଙ୍କା ବ୍ୟାଙ୍କ କାଉଣ୍ଟରେ ଜମା ଥିବା ସମିତି ସଦସ୍ୟ କହିଛନ୍ତି । ଆଦାୟ ଟଙ୍କାରୁ କିଛି ବି କେବେ ହେଲେ ସାରଥିଙ୍କୁ ଦିଆଯାଇ ନ ଥିବା ସମିତି ସଦସ୍ୟମାନେ ଜଣାଇଛନ୍ତି ।

Related story