ସାରଥି ପ୍ରସଙ୍ଗ: ହ୍ରାଇଦ୍ରାବାଦ ଯିବ କ୍ରାଇମବ୍ରାଞ୍ଚ୍

କଟକ: ସାରଥି ବାବା ପ୍ରସଙ୍ଗରେ ଅଧିକ ତଦନ୍ତ ପାଇଁ ହାଇଦ୍ରାବାଦ ଯିବ କ୍ରାଇମବ୍ରାଞ୍ଚର ଏକ ଟିମ୍। ସେଠାକାର ଗୋଲକୁଣ୍ଡା ହୋଟେଲକୁ ଯାଇ ତଦନ୍ତ କରିବ ଏହି ଟିମ୍। ଶୁକ୍ରବାର କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଆସନ୍ତା ସୋମବାର ହାଇଦ୍ରାବାଦ ଯିବାର ଯୋଜନା ରହିଛି। ସାରଥି ସେଠାକାର ଗୋଲକୁଣ୍ଡା ହୋଟେଲରେ ରହିଥିବା ନେଇ କିଛି କାଗଜପତ୍ର ମିଳିଛି। ତେଣୁ ଏନେଇ ଅଧିକ ତଦନ୍ତ ଜରୁରୀ। ଉକ୍ତ ହୋଟେଲର ସିସିଟିଭି […]

bksharama

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 10:24 AM IST

କଟକ: ସାରଥି ବାବା ପ୍ରସଙ୍ଗରେ ଅଧିକ ତଦନ୍ତ ପାଇଁ ହାଇଦ୍ରାବାଦ ଯିବ କ୍ରାଇମବ୍ରାଞ୍ଚର ଏକ ଟିମ୍। ସେଠାକାର ଗୋଲକୁଣ୍ଡା ହୋଟେଲକୁ ଯାଇ ତଦନ୍ତ କରିବ ଏହି ଟିମ୍। ଶୁକ୍ରବାର କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଆସନ୍ତା ସୋମବାର ହାଇଦ୍ରାବାଦ ଯିବାର ଯୋଜନା ରହିଛି। ସାରଥି ସେଠାକାର ଗୋଲକୁଣ୍ଡା ହୋଟେଲରେ ରହିଥିବା ନେଇ କିଛି କାଗଜପତ୍ର ମିଳିଛି। ତେଣୁ ଏନେଇ ଅଧିକ ତଦନ୍ତ ଜରୁରୀ। ଉକ୍ତ ହୋଟେଲର ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯିବ।

ଏଡିଜି ବି.କେ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ ସାରଥିଙ୍କ ଡେବିଟ୍ କାର୍ଡରୁ ଗୋଲକୁଣ୍ଡା ହୋଟେଲକୁ ୩୦ ହଜାର ଟଙ୍କା ପଇଠ ହୋଇଛି।

ସୂଚନାଯୋଗ୍ୟ, ସାରଥି ବାବା ଜଣେ ଯୁବତୀଙ୍କ ସହିତ ଏହି ହୋଟେଲରେ ରହିଥିଲେ ବୋଲି ଅଭିଯୋଗ ହୋଇଛି। ଯେଉଁ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେହି ଫଟୋ ଏହି ହୋଟେଲର ବୋଲି ଅଭିଯୋଗ ହୋଇଛି।

Related story