ସାରଥିଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍

କଟକ: ସାରଥିଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍। ବୁଧବାର ସାରଥିଙ୍କ ରିମାଣ୍ଡ ଶେଷ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ପୁଣି କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସାରଥିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ। ତିନି ଦିନ ରିମାଣ୍ଡ ମିଳିବା ପରେ ସାରଥି ବାବାଙ୍କୁ ଜେରା କରିବା ପାଇଁ ସିଧାସଳଖ କ୍ରାଇମବ୍ରାଞ୍ଚ୍ ଅଫିସକୁ […]

baba

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 10:47 AM IST

କଟକ: ସାରଥିଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍। ବୁଧବାର ସାରଥିଙ୍କ ରିମାଣ୍ଡ ଶେଷ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ପୁଣି କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସାରଥିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା। ତେବେ କୋର୍ଟ ତାଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ। ତିନି ଦିନ ରିମାଣ୍ଡ ମିଳିବା ପରେ ସାରଥି ବାବାଙ୍କୁ ଜେରା କରିବା ପାଇଁ ସିଧାସଳଖ କ୍ରାଇମବ୍ରାଞ୍ଚ୍ ଅଫିସକୁ ଅଣାଯାଇଥିଲା।

ଗତକାଲି ରିମାଣ୍ଡର ଶେଷ ଦିନରେ ସାରଥୀ ଓ ତାଙ୍କ ସହ ସଂପର୍କରେ ଥିବା ୧୩ ଜଣଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ। ଏମାନଙ୍କ ମଧ୍ୟରେ ଥିଲେ ଆଶ୍ରମର କେୟାରଟେକର, ଡ୍ରାଇଭର ଓ ରୋଷେୟା ପ୍ରମୁଖ। ଏହି ୧୩ ଜଣଙ୍କୁ ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ କଟକ କ୍ରାଇମବ୍ରାଞ୍ଚ ଅଫିସକୁ ଅଣାଯିବା ପରେ ପ୍ରଥମେ ଜଣ ଜଣ କରି ସମସ୍ତଙ୍କୁ ଜେରା କରାଯାଇଥିଲା। ଏହାପରେ ସାରଥିଙ୍କ ସାମ୍ନାକୁ ଜଣ ଜଣ କରି ଅଣାଯାଇ ରାତି ପ୍ରାୟ ସାଢେ଼ ୮ଟା ପର୍ଯ୍ୟନ୍ତ ମାରାଥନ୍ ଜେରା କରାଯାଇଥିଲା। ଏହି ଜେରାରୁ କ୍ରାଇମବ୍ରାଞ୍ଚ ହାତରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି। ସେହିପରି ଏହି ମାମଲାରେ ବିବାଦୀୟ ଯୁବତୀ ଜଣଙ୍କ ଯେଉଁମାନଙ୍କ ନାଁରେ ବ୍ଲାକମେଲିଂ ଓ ଧମକର ଅଭିଯୋଗ ଆଣିଥିଲେ ସେମାନଙ୍କ ମଧ୍ୟରୁ ଗତକାଲି ଖଗେଶ୍ୱରଙ୍କୁ ଜେରା କରାଯାଇଥିଲା ବେଳେ ଆଜି ବାକି ୩ ଜଣ କୈଳାସ, କିଶୋର ଓ ନନ୍ଦିଙ୍କୁ ଜେରା କରାଯିବ।

Related story