ସାରଥିଙ୍କ ନାଁରେ ରୁଜୁ ହେଲା ମହିଳାଙ୍କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର ମାମଲା

କଟକ: ବିବାଦୀୟ ସାରଥିଙ୍କ ନାଁରେ  ରୁଜ୍ଜୁ ହୋଇଛି ମହିଳାଙ୍କୁ ଅସଦାଚରଣ କରିବା ମାମଲା। ଗତକାଲି କେନ୍ଦ୍ରାପଡାର ଜଣେ ମହିଳା ଆଣିଥିବା ଅଭିଯୋଗ ଆଧାରରେ ସାରଥିଙ୍କ ବିରୋଧରେ ଏଇ ମାମଲା ରୁଜ୍ଜୁ କରିଛି କ୍ରାଇମବ୍ରାଞ୍ଚ। ସାରଥିଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଏଥିରେ ସାରଥୀ ଓ ତାଙ୍କ କିଛି ସହଯୋଗୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏମାନଙ୍କ ବିରୋଧରେ ଆଇପିସିର ଦଫା ୩୫୪ରେ ମାମଲା ଦାୟର ହୋଇଛି। ଜଣେ ମହିଳା ଇନସ୍ପେକ୍ଟର ଏଇ ଘଟଣା ତଦନ୍ତ କରିବେ। ମହିଳା ଜଣଙ୍କ […]

sarathee

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 01:51 PM IST

କଟକ: ବିବାଦୀୟ ସାରଥିଙ୍କ ନାଁରେ  ରୁଜ୍ଜୁ ହୋଇଛି ମହିଳାଙ୍କୁ ଅସଦାଚରଣ କରିବା ମାମଲା। ଗତକାଲି କେନ୍ଦ୍ରାପଡାର ଜଣେ ମହିଳା ଆଣିଥିବା ଅଭିଯୋଗ ଆଧାରରେ ସାରଥିଙ୍କ ବିରୋଧରେ ଏଇ ମାମଲା ରୁଜ୍ଜୁ କରିଛି କ୍ରାଇମବ୍ରାଞ୍ଚ। ସାରଥିଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଏଥିରେ ସାରଥୀ ଓ ତାଙ୍କ କିଛି ସହଯୋଗୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏମାନଙ୍କ ବିରୋଧରେ ଆଇପିସିର ଦଫା ୩୫୪ରେ ମାମଲା ଦାୟର ହୋଇଛି। ଜଣେ ମହିଳା ଇନସ୍ପେକ୍ଟର ଏଇ ଘଟଣା ତଦନ୍ତ କରିବେ। ମହିଳା ଜଣଙ୍କ ସାରଥିଙ୍କ ବିରୋଧରେ ବ୍ଲାକମେଲିଂ ଓ ନିର୍ଯାତନାର ଅଭିଯୋଗ ଆଣିଥିଲେ।

ସେହିଭଳି ସାରଥୀ ପ୍ରଡକସନର କାରବାର ନେଇ ମଧ୍ୟ ତନାଘନା କରୁଛି କ୍ରାଇମବ୍ରାଞ୍ଚ। ସାରଥି ପ୍ରଡକସନର ପ୍ରଥମ ଫିଲ୍ମ ବ୍ୟାଚଲରର ପ୍ରଯୋଜକଙ୍କୁ ଡାକି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।

ସେହିଭଳି ବିବାଦୀୟ ଯୁବତୀଙ୍କ ପକ୍ଷରୁ ପ୍ରଥମେ ମଙ୍ଗଳାବାଗ ପୋଲିସରେ ଏତଲା ଦେଇଥିବା ମହିଳା ମଞ୍ଜୁଲତା ସ୍ୱାଇଁଙ୍କୁ ବି ପଚାରଉଚରା ପାଇଁ ଆଣିଛି କ୍ରାଇମବ୍ରାଞ୍ଚ। ତେବେ ତାଙ୍କୁ ଗିରଫ କରାଯାଇନଥିବା ଓଟିଭିକୁ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ମହିଳା ତାଙ୍କୁ ସିବିଆଇ ଅଫିସରର ପରିଚୟ ଦେଇ ଥାନାରେ ଏତଲା ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ ବୋଲି ବିବାଦୀୟ ଯୁବତୀ ଜଣଙ୍କ ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଥିଲେ।

Related story