କାହିଁକି ଗୋ-ମାଂସ ବିକ୍ରି ବନ୍ଦ ହେବ ଜଣାଅ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ:ଗୋମାଂସ ବିକ୍ରି ନିଷେଧକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା। ଆବେଦନର ଶୁଣାଣି କରି ସୁପ୍ରିକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଏ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଗତ ମେ’ ୨୬ ତାରିଖରେ ଗୋ ମାଂସ ବିକ୍ରିକୁ ନିଷେଧ କରିଥିଲେ ମୋଦି ସରକାର। ଏପରି ବଜାରରେ ମଧ୍ୟ ଗୋ-ମାଂସ ବିକ୍ରି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସକାର ନିର୍ଦ୍ଦଶାନାମା ଜାରି କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ହାଇଦ୍ରାବାଦର ଫାହିମ କୁରେଶି ନାମକ ଜଣେ ଓକିଲ ସୁପ୍ରିମକୋର୍ଟରେ […]

cow2

Rakesh Mallick
  • Published: Thursday, 15 June 2017
  • , Updated: 15 June 2017, 12:32 PM IST

ନୂଆଦିଲ୍ଲୀ:ଗୋମାଂସ ବିକ୍ରି ନିଷେଧକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା। ଆବେଦନର ଶୁଣାଣି କରି ସୁପ୍ରିକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଏ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି। ଗତ ମେ’ ୨୬ ତାରିଖରେ ଗୋ ମାଂସ ବିକ୍ରିକୁ ନିଷେଧ କରିଥିଲେ ମୋଦି ସରକାର। ଏପରି ବଜାରରେ ମଧ୍ୟ ଗୋ-ମାଂସ ବିକ୍ରି ହୋଇପାରିବ ନାହିଁ ବୋଲି କେନ୍ଦ୍ର ସକାର ନିର୍ଦ୍ଦଶାନାମା ଜାରି କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ହାଇଦ୍ରାବାଦର ଫାହିମ କୁରେଶି ନାମକ ଜଣେ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଗୋମାଂସ ବାରଣ କରିବା ଅସାମ୍ବିଧାନିକ। ଏହା ସରକାରଙ୍କ ଜୀବିକା ମାରଣ ନୀତି ବୋଲି ଆବେଦନରେ ଦର୍ଶାଇଛନ୍ତି। ଏଥିରୁ ସରକାରଙ୍କ ଭେଦଭାବ ନୀତି ବାରି ହେଉଛି ବୋଲି ସମ୍ପୃକ୍ତ ଓକିଲ ଦର୍ଶାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ଗୁରୁବାର କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ରେ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ପିଏସ.ନରସିଂହ କୋର୍ଟରେ ହାଜର ହେବେ।

Related story