ସେବାକର ଉପରେ ସେସ୍‌ ବୃଦ୍ଧିକୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର: ସେବାକର ଉପରେ ସେସ୍‌ର ହାର ବୃଦ୍ଧିକୁ ବିରୋଧ କରିଛନ୍ତି ରାଜ୍ୟ ସରକାର। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ। ଅମାତ ନିଜ ଚିଠିରେ ଦର୍ଶାଇଛନ୍ତି ଯେ, ସେସ୍‌ ଓ ସରଚାର୍ଜ କେନ୍ଦ୍ରୀୟ ଟିକସର ବିଭାଜ୍ୟ ଅଂଶ ହୋଇ ନ ଥିବାରୁ ରାଜ୍ୟମାନେ ସେମାନଙ୍କର କେନ୍ଦ୍ରୀୟ ଶୁଳ୍କର ନ୍ୟାର୍ଯ୍ୟ ଅଂଶ ପାଇବାରୁ ବଞ୍ଚିତ ହେବେ। ଗତକାଲିଠାରୁ କେନ୍ଦ୍ର ସରକାର ସେବାକର ଉପରେ ୦.୫ ପ୍ରତିଶତ […]

pradeep-amata

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 04:33 PM IST

ଭୁବନେଶ୍ୱର: ସେବାକର ଉପରେ ସେସ୍‌ର ହାର ବୃଦ୍ଧିକୁ ବିରୋଧ କରିଛନ୍ତି ରାଜ୍ୟ ସରକାର। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ।

ଅମାତ ନିଜ ଚିଠିରେ ଦର୍ଶାଇଛନ୍ତି ଯେ, ସେସ୍‌ ଓ ସରଚାର୍ଜ କେନ୍ଦ୍ରୀୟ ଟିକସର ବିଭାଜ୍ୟ ଅଂଶ ହୋଇ ନ ଥିବାରୁ ରାଜ୍ୟମାନେ ସେମାନଙ୍କର କେନ୍ଦ୍ରୀୟ ଶୁଳ୍କର ନ୍ୟାର୍ଯ୍ୟ ଅଂଶ ପାଇବାରୁ ବଞ୍ଚିତ ହେବେ। ଗତକାଲିଠାରୁ କେନ୍ଦ୍ର ସରକାର ସେବାକର ଉପରେ ୦.୫ ପ୍ରତିଶତ କୃଷି କଲ୍ୟାଣ ସେସ୍‌ ଲାଗୁ କରିବା ଫଳରେ ସେବାକର ଏବେ ୧୫ %କୁ ବୃଦ୍ଧି ପାଇଛି।

ପୂର୍ବରୁ ସେବାକର ଭିତରେ ୦.୫% ସ୍ୱଚ୍ଛ ଭାରତ ସେସ୍‌ର ହାର ୧% ପ୍ରତିଶତ ବୃଦ୍ଧି ପାଇଥିଲେ ହେଁ ଏଥିରୁ ରାଜ୍ୟ ଲାଭବାନ ହେବାର ନାହିଁ ବୋଲି ଅମାତ ଦର୍ଶାଇଛନ୍ତି।

ସେ କହିଛନ୍ତି,“ ସେସ୍‌ ଓ ସରଚାର୍ଜ କେନ୍ଦ୍ରୀୟ ଟିକସର ବିଭାଜ୍ୟ ଅଂଶ ହୋଇ ନ ଥିବାରୁ ରାଜ୍ୟମାନେ ସେମାନଙ୍କର ନ୍ୟାଯ୍ୟ କେନ୍ଦ୍ରୀୟ ଶୁଳ୍କ ଭଗିଦାରିରୁ ବଞ୍ଚିତ ହେଉଛନ୍ତି, ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ଏହାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ କିମ୍ବା ରାଜ୍ୟକୁ ତା’ର ନ୍ୟାଯ୍ୟ ପ୍ରାପ୍ୟ ଦିଆଯାଉ।”

ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି,“ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ କୃଷି କଲ୍ୟାଣ ଯୋଜନାରେ ଯେଉଁ ସହାୟତା ପ୍ରଦାନ କରାଯିବ ଏହାର ଅର୍ଥରାଶି ଏହିଠାରୁ ନିଆଯାଉଛି। ଏଥିରେ ଓଡ଼ିଶା ମଧ୍ୟ ଲାଭ ପାଇବ। ସରକାର ଏହାକୁ ତର୍ଜମା ନ କରି ଖାଲି ଉପରଠାଉରିଆ ଭାବେ କହିବା ଅନୁଚିତ।”

Related story