ସର୍ଦ୍ଦାର ରାଜାସ୍‌ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଦାଖଲ କଲା ସେଲଭାମ୍‌ ଟ୍ରଷ୍ଟ

ନୂଆଦିଲ୍ଲୀ: ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ନାମଲେଖା ବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଛି। ସେଲଭାମ୍‌ ଟ୍ରଷ୍ଟ ୨ କୋଟି ଟଙ୍କା ଦାଖଲ କରିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି। ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ମେ’ ୯ ତାରିଖରେ ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ବିବାଦ ମାମଲାରେ ସୁପ୍ରିମକୋର୍ଟ ଜୁନ ୨୫ ତାରିଖ ମଧ୍ୟରେ ୨ କୋଟି ଟଙ୍କା ପ୍ରଦାନ କରିବାକୁ କଲେଜ ପରିଚାଳନା କରୁଥିବା ସେଲଭାମ୍‌ […]

sc

Rakesh Mallick
  • Published: Monday, 04 July 2016
  • , Updated: 04 July 2016, 03:49 PM IST

ନୂଆଦିଲ୍ଲୀ: ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ନାମଲେଖା ବିବାଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଛି। ସେଲଭାମ୍‌ ଟ୍ରଷ୍ଟ ୨ କୋଟି ଟଙ୍କା ଦାଖଲ କରିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି। ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ମେ’ ୯ ତାରିଖରେ ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ବିବାଦ ମାମଲାରେ ସୁପ୍ରିମକୋର୍ଟ ଜୁନ ୨୫ ତାରିଖ ମଧ୍ୟରେ ୨ କୋଟି ଟଙ୍କା ପ୍ରଦାନ କରିବାକୁ କଲେଜ ପରିଚାଳନା କରୁଥିବା ସେଲଭାମ୍‌ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଥିଲେ।

ସର୍ଦ୍ଦାର ରାଜସ୍‌ ମେଡିକାଲ କଲେଜ୍‌ ସେଲଭାମ୍‌ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି। ଟ୍ରଷ୍ଟ ନିର୍ଦ୍ଦେଶ ଖିଲାପ କଲେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।

Related story