ଏସ୍‌ଏଚ୍‌ଜି ବ୍ୟାଙ୍କ ଖାତାରେ କଳାଟଙ୍କା!

କଟକ: ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜମାଖାତାରେ କଳାଟଙ୍କା ଜମା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜେ ଏହି ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଜାଣତରେ ବିଭିନ୍ନ ସମୟରେ ଗୋପିନାଥପୁର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ଏହି ଟଙ୍କା ଜମା ଓ ଉଠାଣ ହୋଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସ୍ୱୟଂଶ୍ରୀ ନାମକ ଏକ […]

shg-group

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 01:28 PM IST

କଟକ: ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜମାଖାତାରେ କଳାଟଙ୍କା ଜମା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନିଜେ ଏହି ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଜାଣତରେ ବିଭିନ୍ନ ସମୟରେ ଗୋପିନାଥପୁର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ଏହି ଟଙ୍କା ଜମା ଓ ଉଠାଣ ହୋଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ସ୍ୱୟଂଶ୍ରୀ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ସ୍ୟାଙ୍କ ନାଁରେ ଜିରୋ ବାଲାନ୍ସରେ ବ୍ୟାଙ୍କ ଖାତା ଖୋଲିଥିଲା। ତେବେ ଏହି ସବୁ ଖାତାରେ କଳାଟଙ୍କା କିପରି କାରବାର ହେଲା ଓ କିଏ ଏହି ଘଟଣାରେ ସମ୍ପୃକ୍ତ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Related story