ତଦନ୍ତ ସମୟ ସୀମା ବଢ଼ାଇବାକୁ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଚିଠି

କଟକ: ଶ୍ରୀମନ୍ଦିର ସଂସ୍କାର କମିଶନ ତଦନ୍ତ ସମୟ ସୀମା ଅବଧି ବୃଦ୍ଧି କରିବା ପାଇଁ ଆଜି ସରକାରଙ୍କୁ ଚିଠି ଲେଖିଛନ୍ତି। ୨୦୧୭ ଜାନୁଆରୀ ୨୨ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ତଦନ୍ତ ପାଇଁ ଆଉ ଅଧିକ ସମୟ ଆବଶ୍ୟକ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଚିଠି ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୨,୭୮୦ଟି ସତ୍ୟପାଠ କମିଶନଙ୍କ ପାଖରେ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୧୧,୦୯୪ଟି କମିଶନଙ୍କ କାର୍ଯ୍ୟାଳୟରେ ଜମା କରାଯାଇଥିବା ବେଳେ ୧୫୫୧ଟି […]

puri

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 10:49 PM IST

କଟକ: ଶ୍ରୀମନ୍ଦିର ସଂସ୍କାର କମିଶନ ତଦନ୍ତ ସମୟ ସୀମା ଅବଧି ବୃଦ୍ଧି କରିବା ପାଇଁ ଆଜି ସରକାରଙ୍କୁ ଚିଠି ଲେଖିଛନ୍ତି। ୨୦୧୭ ଜାନୁଆରୀ ୨୨ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ତଦନ୍ତ ପାଇଁ ଆଉ ଅଧିକ ସମୟ ଆବଶ୍ୟକ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଚିଠି ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୨,୭୮୦ଟି ସତ୍ୟପାଠ କମିଶନଙ୍କ ପାଖରେ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୧୧,୦୯୪ଟି କମିଶନଙ୍କ କାର୍ଯ୍ୟାଳୟରେ ଜମା କରାଯାଇଥିବା ବେଳେ ୧୫୫୧ଟି ସଜେସନ୍ ଓ ୧୩୫ଟି ଇ-ମେଲ୍ ଜରିଆରେ ଆସିଛି।

ଶ୍ରୀମନ୍ଦିର ସଂସ୍କାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ କମିଶନ ଜଣେ ଆଇନଜ୍ଞ, ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ଜଣେ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ ଦେଇଛନ୍ତି। ହସ୍ତଗତ ହୋଇଥିବା ସତ୍ୟପାଠକୁ ତାଲିକାଭୁକ୍ତ କରିବା ଓ କାଗଜପତ୍ର ଗୁଡିକର ଡିଜିଟାଲାଇଜେସେନ୍ କରିବା ପାଇଁ ୨ ଜଣ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଦେବାକୁ କମିଶନ ସରକାରଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ ତଦନ୍ତ ପାଇଁ ଖୁବ୍‌ଶୀଘ୍ର କମିଶନ ଶ୍ରୀମନ୍ଦିର ପରିଦର୍ଶନ କରିବେ। ଶ୍ରୀମନ୍ଦିର ସଂସ୍କାର ନେଇ କମିଶନ ଗଠନ ପାଇଁ ୨୦୧୬ ଜୁଲାଇ ୨୩ ତାରିଖରେ ନୋଟିଫିକେଶସନ୍ କରାଯାଇଥିଲା।

Related story