ମିଥୁନ ରାଶି ଉପରେ ଶୁକ୍ରଙ୍କ ଚଳନ ଆରମ୍ଭ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁଖ ଓ ଶାନ୍ତି, ଉନ୍ନତିର ପ୍ରତୀକ ହେଉଛନ୍ତି ଶୁକ୍ର ଗ୍ରହ । ୧୪ ମେ ୨୦୧୮ରୁ  ଶୁକ୍ରଙ୍କ ମିଥୁନ ରାଶି ଉପରେ ଚଳନ ଆରମ୍ଭ ହୋଇଛି।  ୯ ଜୁନ୍‌ ୨୦୧୮ତାରିଖ ପର୍ଯ୍ୟନ୍ତ ଏହି  ସ୍ଥିତି ଜାରି ରହିବ। ତେବେ ଏହି ଗତିବିଧି ଅନ୍ୟ ରାଶି ଉପରେ କ’ଣ ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

ମେଷ:  ଶୁକ୍ର ଗ୍ରହ ରାଶିରେ ପରିବର୍ତ୍ତନ ଏହି ରାଶି ପାଇଁ ଶୁଭ ଫଳ ଦେବ। ଏକ ନୂଆ ସଂପର୍କର ଆରମ୍ଭ ହୋଇପାରେ। ନିଜକୁ ସାମାଜିକ କାର୍ଯ୍ୟରେ ନୟୋଜିତ ରଖିବେ। ସମାଜରେ ମାନ ସମ୍ମାନ ମିଳିବ।

ବୃଷ: ଶୁକ୍ର ରାଶିର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ ସମ୍ରୁଦ୍ଧି ଆଣିବ। ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ମିଥୁନ: ଏହି ରାଶି ପାଇଁ ଶୁକ୍ର ଗ୍ରହ ଭଲ ଫଳ ଦେବ। ନୂଆ ନୂଆ ଜିନିଷ ଶିଖିବାର ସୁଯୋଗ ପାଇବେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ମାହୋଲ ଭଲ ରହିବ।

କର୍କଟ: ଶୁକ୍ର ଗ୍ରହ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସୁଖ ସୁବିଧା ଓ ଖୁସି ଆଣିଦେବେ। ଖର୍ଚ୍ଚ ବଢିବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ । ଚାକିରି ପରିବର୍ତ୍ତନର ସୁଯୋଗ ରହିଛି।

ସିଂହ: ଶୁକ୍ର ଗ୍ରହ ରାଶିରେ ପରିବର୍ତ୍ତନ ଦୃଷ୍ଟିରୁ ଏହି ରାଶିର ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଜୀବନରେ ପ୍ରେମ ବଢିବ। ପରିବାରରେ ହସ ଖୁସିର ବାତାବରଣ ରହିବ।

କନ୍ୟା:  ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଶାନ୍ତି ବଢିବ। କ୍ୟାରିଅରରେ ସଫଳତା ମିଳିବ।

ତୁଳା: ଏହି ରାଶିର ଲୋକେ ଅଚାନାକ ଭାବେ ବଡ ସଫଳତା ପାଇବେ। ଜୀବନରେ ବଡ ଧରଣର ପରିବର୍ତ୍ତନ ହୋଇପାରେ।

ବିଛା : ଶୁକ୍ର ପରିବର୍ତ୍ତନ ଦୃଷ୍ଟିରୁ ପାରିବାରିକ ଜୀବନରେ ସମସ୍ୟା ଉପୁଜିପାରେ। ଅସୁସ୍ଥ ଅନୁଭବ କରିପାରନ୍ତି। ଭୁଲ ନିଷ୍ପତି ନେଇପାରନ୍ତି ଏଥିପ୍ରତି ଧ୍ୟାନ ଦେବେ।

ଧନୁ: ଶୁକ୍ର ରାଶିର  ପରିବର୍ତ୍ତନ ଫଳରେ ବୈବାହିକ ଜୀବନ ସୁଖମୟ ହେବ। ଖର୍ଚ୍ଚ ବଢିପାରେ। ବ୍ୟବସାୟରେ ଉନ୍ନତି ହେବା

ମକର: ଏହି ରାଶିର ଲୋକେ କାର୍ଯ୍ୟରେ ସଫଳତା ପାଇବା ସହ ଧନ ଲାଭର ସୁଯୋଗ ପାଇବେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

କୁମ୍ଭ: ଶୁକ୍ର ରାଶିର ପରିବର୍ତ୍ତନ ରାଶି ପାଇଁ ପ୍ରଭାବଶାଳି ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆୟ ବୃଦ୍ଧି ହୋଇପାରେ।

ମୀନ: ସମ୍ପତ୍ତିକୁ ନେଇ ବାଦ ବିବାଦ ଦୂର ହେବ। ଚାକିରି କ୍ଷେତ୍ରରେ ଉନ୍ନତି ହେବ। ସୁଖ ସମାଚାର ମିଳିପାରେ।