ଶିମିଳିପାଳରେ ବାଘଙ୍କ ଉପରେ ନଜର ରଖିବ ଡ୍ରୋନ୍‌

ବାରିପଦା: ଏଣିକି ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଉପରେ ଡ୍ରୋନ୍‌ କ୍ୟାମେରା ନଜର ରଖିବ। ଅଭୟାରଣ୍ୟ ମଧ୍ୟରେ ବାଘ ନିର୍ଭୟରେ ବିଚରଣ କରୁଛନ୍ତି କି ନାହିଁ ତାହା ଏବେ ଏହି ଡ୍ରୋନ୍‌ କ୍ୟାମରା ଦ୍ୱରା ଜାଣି ହେବ। କେବଳ ବାଘ ନୁହନ୍ତି ଅନ୍ୟ ବନ୍ୟଯନ୍ତୁ ଓ ଶିକାରୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯିବ। ରକ୍ଷା ମନ୍ତ୍ରାଳୟ, ଗୃହ ବିଭାଗ ଓ ନଗର ଉନ୍ନୟନ ବିଭାଗ ବାଘଙ୍କ ସୁରକ୍ଷା ପାଇଁ ଶିମିଳିପାଳରେ ଡ୍ରୋନ କ୍ୟାମେରା ଉଡାଇବାକୁ ଅନୁମତି ଦେଇଛନ୍ତି। […]

Similipal National Park

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 08:05 PM IST

ବାରିପଦା: ଏଣିକି ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଉପରେ ଡ୍ରୋନ୍‌ କ୍ୟାମେରା ନଜର ରଖିବ। ଅଭୟାରଣ୍ୟ ମଧ୍ୟରେ ବାଘ ନିର୍ଭୟରେ ବିଚରଣ କରୁଛନ୍ତି କି ନାହିଁ ତାହା ଏବେ ଏହି ଡ୍ରୋନ୍‌ କ୍ୟାମରା ଦ୍ୱରା ଜାଣି ହେବ। କେବଳ ବାଘ ନୁହନ୍ତି ଅନ୍ୟ ବନ୍ୟଯନ୍ତୁ ଓ ଶିକାରୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯିବ।

ରକ୍ଷା ମନ୍ତ୍ରାଳୟ, ଗୃହ ବିଭାଗ ଓ ନଗର ଉନ୍ନୟନ ବିଭାଗ ବାଘଙ୍କ ସୁରକ୍ଷା ପାଇଁ ଶିମିଳିପାଳରେ ଡ୍ରୋନ କ୍ୟାମେରା ଉଡାଇବାକୁ ଅନୁମତି ଦେଇଛନ୍ତି। ଡ୍ରୋନ ଉଡାଣର ଉତ୍ତୋଳିତ ଚିତ୍ରକୁ ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନ୍‌ଟିସିଏ ଏକ ଇ-ବାର୍ଡ ପ୍ରୋଗେକ୍ଟ ଆରମ୍ଭ କରିବାକୁ ଯାଉଛି। ଏହା ପୂର୍ବରୁ ସିସିଟିଭି ଦ୍ୱାରା ଶିମିଳିପାଳରେ ବାଘର ଉପସ୍ଥିତି ଦେଖାଯାଉଥିଲା।

ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ହରିଶ ଚନ୍ଦ୍ର ବିଷ୍ଟ କହିଛନ୍ତି,“ଅଭୟାରଣ୍ୟର ସବୁ ସ୍ଥାନକୁ ଯାତାୟାତ ସୁବିଧା ନାହିଁ। ପାହାଡିଆ ଅଞ୍ଚଳ ହୋଇଥିବାରୁ ଚାଲି କରି ଯିବା ମଧ୍ୟ କଷ୍ଟକର। ଏପରି ସ୍ଥାନରେ ଡ୍ରୋନ କ୍ୟାମେରା ଦ୍ୱାରା ନଜର ରଖାଯାଇପାରିବ। ସେମାନେ କୁଆଡେ ଯାଉଛନ୍ତି। ଯେଉଁ ଅଞ୍ଚଳରେ ସେମାନଙ୍କ ଗତିବିଧି ରହୁଛି ତାହା ମଧ୍ୟ ଜାଣି ହେବ।”

ପ୍ରାଥମିକ ପର୍ଯ୍ୟାୟରେ ୪ଟି ଡ୍ରୋନ କ୍ୟାମେରା ଦ୍ୱାରା ୨୭୫୦ ବର୍ଗ କିଲୋମିଟର ଶିମିଳପାଳର କୋର ଏରିଆ ଓ ବଫର ଏରିଆ ଉପରେ ନଜର ରଖାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଡେପୁଟି ଡାଇରେକ୍ଟର ଅଜିତ ଶତପଥୀ କହିଛନ୍ତି।

Related story