ସୀମିତ କ୍ଷମତାକୁ ନେଇ ଏନ୍‌ଏଚ୍‌ଆରସିଙ୍କ କ୍ଷୋଭ

ଭୁବନେଶ୍ୱର: ସୀମିତ କ୍ଷମତାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଜଷ୍ଟିସ୍‌ ଏଚ୍‌.ଏଲ୍‌. ଦତ୍ତୁ କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ୱରରେ ଚାଲିଥିବା କ୍ୟାମ୍ପ କୋର୍ଟର ଶେଷ ଦିନରେ ଜଷ୍ଟିସ୍‌ ଦତ୍ତୁ କହିଛନ୍ତି,“ଅଧିକ କ୍ଷମତା ଦିଆଗଲେ କମିଶନ ପ୍ରଭାବଶାଳୀ ହୁଅନ୍ତା।” ଏହାସହ ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଓ ଭିତ୍ତିଭୂମି ଅଭାବକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍‌ ଦତ୍ତୁ କହିଛନ୍ତି,“ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ଯେଉଁମାନେ ଅବମାନନା କରୁଛନ୍ତି ସେମାନଙ୍କ ବିରୋଧରେ […]

nhrc

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 07:09 PM IST

ଭୁବନେଶ୍ୱର: ସୀମିତ କ୍ଷମତାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) ଜଷ୍ଟିସ୍‌ ଏଚ୍‌.ଏଲ୍‌. ଦତ୍ତୁ କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ୱରରେ ଚାଲିଥିବା କ୍ୟାମ୍ପ କୋର୍ଟର ଶେଷ ଦିନରେ ଜଷ୍ଟିସ୍‌ ଦତ୍ତୁ କହିଛନ୍ତି,“ଅଧିକ କ୍ଷମତା ଦିଆଗଲେ କମିଶନ ପ୍ରଭାବଶାଳୀ ହୁଅନ୍ତା।”

ଏହାସହ ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଓ ଭିତ୍ତିଭୂମି ଅଭାବକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜଷ୍ଟିସ୍‌ ଦତ୍ତୁ କହିଛନ୍ତି,“ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ଯେଉଁମାନେ ଅବମାନନା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କମିଶନଙ୍କ ପାଖରେ କୌଣସି କ୍ଷମତା ନାହିଁ। ଫଳରେ କମିଶନ ପ୍ରଭାବଶାଳୀ ଢଙ୍ଗରେ କାମ କରିପାରୁନାହାନ୍ତି।”

ତିନିଦିନିଆ କ୍ୟାମ୍ପ କୋର୍ଟରେ ଜମିପଟ୍ଟା ପ୍ରଦାନ, ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରୀତା, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦତ୍ତୁ ଟିପ୍ପଣୀ ଦେଇଥିଲେ।

ଜମି ଅଧିଗ୍ରହଣ ଓ ଗୋତି ଶ୍ରମିକ ସମସ୍ୟାର ସମାଧାନ ସହ ଏକବର୍ଷ ମଧ୍ୟରେ ସର୍ଭେ ରିପୋର୍ଟ ଦେବାକୁ ଶେଷ ଦିନରେ କମିଶନ ଦତ୍ତୁ ପରାମର୍ଶ ଦେଇଥିଲେ। ଓଡ଼ିଶାରେ ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁ ଦେଶରେ ସର୍ବାଧିକ ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କମିଶନ କହିଥିଲେ।

୨୦୧୮-୧୯ ଶିକ୍ଷା ବର୍ଷରୁ ରାଜ୍ୟ ପାଠ୍ୟକ୍ରମରେ ମାନବାଧିକାରକୁ ଏକ ବିଷୟ ଭାବେ ସ୍ଥାନିତ କରାଯିବାକୁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ଶେଷ ଦିନରେ ୬ଟି ମାମଲାର ଶୁଣାଣି ହୋଇଥିଲା। ଏହାପରେ କମିଶନ ଏନ୍‌ଜିଓ, ସିଭିଲ ସୋସାଇଟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

Related story