ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଏକ ଗୁରୁ ଦାୟିତ୍ୱ : ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ

କଟକ: ଶ୍ରୀମନ୍ଦିର ପରିଚାଳନାରେ  ସଂସ୍କାର ମୋ’ ପାଇଁ ଏକ ଗୁରୁ ଦାୟିତ୍ୱ। ଅତୀତରେ ବହୁ ଗୁରୁ ଦାୟିତ୍ୱ ତୁଲାଇଛି। ବର୍ତ୍ତମାନ ବି କିଛି ଗୁରୁ ଦାୟିତ୍ୱ ତୁଲାଉଛି। ତେଣୁ ମୁଁ ଭାବୁଛି ସବୁଆଡୁ ସାହାଯ୍ୟ ଓ ସହଯୋଗ ମିଳିଲେ ଏହାକୁ ତୁଲାଇ ପାରିବି ବୋଲି ଆଜି ଶ୍ରୀମନ୍ଦିର ପରିଚାଳନାର ସଂସ୍କାର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ କହିଛନ୍ତି। ସେ କହିଛନ୍ତି, “ମନ୍ଦିରରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ଲୋକ ଓ ସଂସ୍ଥା ପ୍ରସ୍ତବ ଦେବେ।  […]

b.p das

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 12:48 PM IST

କଟକ: ଶ୍ରୀମନ୍ଦିର ପରିଚାଳନାରେ  ସଂସ୍କାର ମୋ’ ପାଇଁ ଏକ ଗୁରୁ ଦାୟିତ୍ୱ। ଅତୀତରେ ବହୁ ଗୁରୁ ଦାୟିତ୍ୱ ତୁଲାଇଛି। ବର୍ତ୍ତମାନ ବି କିଛି ଗୁରୁ ଦାୟିତ୍ୱ ତୁଲାଉଛି। ତେଣୁ ମୁଁ ଭାବୁଛି ସବୁଆଡୁ ସାହାଯ୍ୟ ଓ ସହଯୋଗ ମିଳିଲେ ଏହାକୁ ତୁଲାଇ ପାରିବି ବୋଲି ଆଜି ଶ୍ରୀମନ୍ଦିର ପରିଚାଳନାର ସଂସ୍କାର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ କହିଛନ୍ତି।

ସେ କହିଛନ୍ତି, “ମନ୍ଦିରରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ଲୋକ ଓ ସଂସ୍ଥା ପ୍ରସ୍ତବ ଦେବେ।  ତାକୁ ଦେଖି ଯାହା କରିବା କଥା କରାଯିବ। ମୋ’ ପାଖକୁ ନୋଟିଫିକେସନ୍ ପହଞ୍ଚି ନାହିଁ। ପହଞ୍ଚିବା ମାତ୍ରେ  କାମ ସଙ୍ଗେ ସଙ୍ଗେ ଆରମ୍ଭ କରିବି।  ସରକାର ମୋତେ ଏକ ଦାୟିତ୍ୱ ଦେଇଛନ୍ତି, ସେ ଦାୟିତ୍ୱକୁ ମୁଁ ସ୍ୱଇଚ୍ଛାରେ ଗ୍ରହଣ କରିଛି। ଶ୍ରୀ ଜଗନ୍ନାଥ ଓ ସାରା ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଲେ ତାହା ନିଶ୍ଚିୟ ପୂରଣ ହେବ ଏଥିରେ ସନ୍ଦେହ ନାହିଁ।”

Related story