ଶୀତ ଅଧିବେଶନ ଅଧାରୁ ବନ୍ଦ

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ଆଜି ଅଧାରୁ ବନ୍ଦ କରିଦିଆ ଯାଇଛି। ନିର୍ଦ୍ଧାରିତ ସମୟର ୧୫ ଦିନ ଆଗରୁ ଗୃହକୁ ମୁଲତବି କରିଦିଆଯାଇଛି। ୧ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ମାତ୍ର ୯ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବି କରାଯିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି। ଏହି ୯ଟି କାର୍ଯ୍ୟଦିବସ ମଧ୍ୟରେ ୪ଟି ବିଲ୍‌ ପାରିତ ହୋଇଥିବା ବେଳେ ଗୋଟିଏ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା […]

odishaassembly

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 10:23 PM IST

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ଆଜି ଅଧାରୁ ବନ୍ଦ କରିଦିଆ ଯାଇଛି। ନିର୍ଦ୍ଧାରିତ ସମୟର ୧୫ ଦିନ ଆଗରୁ ଗୃହକୁ ମୁଲତବି କରିଦିଆଯାଇଛି। ୧ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ମାତ୍ର ୯ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବି କରାଯିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି।

ଏହି ୯ଟି କାର୍ଯ୍ୟଦିବସ ମଧ୍ୟରେ ୪ଟି ବିଲ୍‌ ପାରିତ ହୋଇଥିବା ବେଳେ ଗୋଟିଏ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ତେବେ ଅଧିବେଶନ ଅଧାରୁ ବନ୍ଦ କରାଯିବାକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ସେମାନଙ୍କ ବିନା ସହମତିରେ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯାଇଥିବା ବିରୋଧୀ ଦଳ ଗୁଡିକ ଅଭିଯୋଗ କରିଛନ୍ତି। ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ଉପରେ ଆଲୋଚନା ହେବାକୁ ଥିବା ବେଳେ ସରକାର ପଳାୟନପନ୍ଥୀ ସାଜିଥିବା ବିରୋଧୀ କହିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଓଡ଼ିଆ ଭାଷା ପ୍ରଚଳନ ସର୍ମ୍ପକରେ ମୋସନ ଦିଆଯାଇଥିଲା। ଆହୁରି ବହୁତ ବିଲ୍‌ ଥିଲା। ଗୃହ ଚଳାଇବାକୁ ଯଥେଷ୍ଟ ଦିନ ଥିଲା। ପ୍ରତିଦିନ ନୂଆ ଇସ୍ୟୁ ଆସେ ଓ ଗୃହରେ ଆଲୋଚନା ହୁଏ। ଆମ ସହମତିରେ ଗୃହ ବନ୍ଦ ହୋଇନାହିଁ। ଆମ ମତାମତ ନିଆ ନ ଯାଇ ଗୃହ ବନ୍ଦ କରାଯାଇଛି ଓ ପରବର୍ତ୍ତି ସମୟରେ ଏହାର ସୂଚନା ଆମକୁ ଦିଆଯାଇଛି।”

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ କହିଛନ୍ତି,“ରାଜ୍ୟବାସୀଙ୍କ କଥାକୁ ଆମେ ଗୃହରେ ଉଠାଇବାକୁ ଚାହୁଁଥିଲୁ। ସେ କଥା ଗୃହରେ ଉଠିଲେ ପଦାକୁ ଯିବ। ଯାହା ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ଅନ୍ତରାଳ ସୃଷ୍ଟି କରିବ। ସେଥିପାଇଁ ସେମାନେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ କରିବା ପରେ ଗୃହକୁ ହଠାତ ବନ୍ଦ କରିଦେଲେ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନ ଥିବାରୁ ସମସ୍ତଙ୍କ ସହମତିରେ ଏହାକୁ ସଂକ୍ଷିପ୍ତ କରାଗଲା। ଅତୀତରେ ଏପରି ହେବାର ବହୁ ନଜିର ରହିଛି। ସହମତି ଭିତ୍ତିରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି।”

Related story