ଭୁଲରେ ବି ରୁହନ୍ତୁନି ଅନିଦ୍ରା : ଭୋଗିବାକୁ ପଡ଼ିବ ଏହିସବୁ ରୋଗ

ଆମ ଶରୀର ସୁସ୍ଥ ରହିବା ପାଇଁ ଭିଟାମିନ ଯୁକ୍ତ ଖାଦ୍ୟ ଯେତିକି ଆବଶ୍ୟକ ନିଦ ମଧ୍ୟ ସେତିକି ଆବଶ୍ୟକ। କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଇଚ୍ଛା କରି ବି ଠିକ୍‌ ଭାବେ ଶୋଇପାରନ୍ତି ନାହିଁ। କିନ୍ତୁ ଆପଣ ଜାଣନ୍ତି କି, ନିଦ ପୁରା ନହେଲେ ଆପଣଙ୍କର କ’ଣ ସବୁ ହୋଇପାରେ? ଆପଣ ପ୍ରାୟ ଦେଖିଥିବେ ଯେ ରାତି ଅନିଦ୍ରା ହେଲେ ଆଖି ତଳ କଳା ପଡ଼ିଥାଏ। ଦିନ ସାରା ମୁଣ୍ଡ ବିନ୍ଧିଥାଏ। ହେଲେ ଆପଣ ଜାଣି […]

sleep

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 02:34 PM IST

ଆମ ଶରୀର ସୁସ୍ଥ ରହିବା ପାଇଁ ଭିଟାମିନ ଯୁକ୍ତ ଖାଦ୍ୟ ଯେତିକି ଆବଶ୍ୟକ ନିଦ ମଧ୍ୟ ସେତିକି ଆବଶ୍ୟକ। କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଇଚ୍ଛା କରି ବି ଠିକ୍‌ ଭାବେ ଶୋଇପାରନ୍ତି ନାହିଁ। କିନ୍ତୁ ଆପଣ ଜାଣନ୍ତି କି, ନିଦ ପୁରା ନହେଲେ ଆପଣଙ୍କର କ’ଣ ସବୁ ହୋଇପାରେ? ଆପଣ ପ୍ରାୟ ଦେଖିଥିବେ ଯେ ରାତି ଅନିଦ୍ରା ହେଲେ ଆଖି ତଳ କଳା ପଡ଼ିଥାଏ। ଦିନ ସାରା ମୁଣ୍ଡ ବିନ୍ଧିଥାଏ। ହେଲେ ଆପଣ ଜାଣି ନଥିବେ ଯେ, ଅନିଦ୍ରା ରହିଲେ ଆପଣଙ୍କ ଶରୀରରେ ଆଉ କିଛି ପରିବର୍ତ୍ତନ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା କେତେ ସମୟ ଅନିଦ୍ରା ହେଲେ କ’ଣ ହୁଏ।

୨୪ ଘଣ୍ଟା ଅନିଦ୍ରା ରହିଲେ: ସାଧାରଣତଃ ପଢ଼ା ପିଲା ପରୀକ୍ଷ ସମୟରେ ୨୪ ଘଣ୍ଟା ଅନିଦ୍ରା ରହିଥାନ୍ତି। ଘରେ କାହାର ବାହାଘର ଥିଲେ ମଧ୍ୟ ଲୋକମାନେ ଅନିଦ୍ରା ରହିଥାନ୍ତି। ହେଲେ ଏପରି କରିବା ଦ୍ୱାରା ମଣିଷର କାର୍ଯ୍ୟ କରିବାର କ୍ଷମତା କମିଯାଇଥାଏ। କୌଣସି ଜିନିଷରେ ମନ ଲାଗି ନଥାଏ। ଆପଣଙ୍କ ସ୍ୱଭାବ ଚିଡ଼ଚିଡ଼ା ହୋଇଯାଏ। କେବଳ ଏତିକି ନୁହଁ ୨୪ ଘଣ୍ଟା ଅନିଦ୍ରା ରହିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ, ତେଣୁ କୋଣସି କଥା ମନେ ରୁହେ ନାହିଁ।

୩୬ ଘଣ୍ଟା ଅନିଦ୍ରା ହେଲେ: ୩‌୬ ଘଣ୍ଟା ଅନିଦ୍ରା ରହିଲେ ମସ୍ତିଷ୍କ ସହ ହୃତ୍‌ପିଣ୍ଡ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ହୃଦ୍ ସ୍ପନ୍ଦନ ନିୟନ୍ତ୍ରଣର ବାହାରେ ହୋଇଯାଏ। ଏହା ବ୍ୟତୀତ ବ୍ଲଡ୍‌ପ୍ରେସର ମଧ୍ୟ ବଢ଼ିଯାଏ। ଶରୀର ଦୁର୍ବଳ ହୋଇଯାଏ। ତେଣୁ କୌଣସି କାମ ଠିକ୍‌ ଭାବେ କରିହୁଏ ନାହିଁ।

୪୮ ଘଣ୍ଟା ଅନିଦ୍ରା ହେଲେ: ଏକ ସର୍ଭେରୁ ଜଣା ପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ୪୮ ଘଣ୍ଟା ଯାଏଁ ଅନିଦ୍ରା ରୁହନ୍ତି, ତେବେ ତାଙ୍କ ଶରୀରରେ ଶ୍ୱେତ ରକ୍ତକଣିକା କମିଯାଏ। ଫଳରେ ତାଙ୍କ ଶରୀର ରୋଗ ସହ ଲଢ଼ିବାର କ୍ଷମତା ହରାଇ ବସିଥାଏ। ଅତି ସହଜରେ ସେହି ବ୍ୟକ୍ତି ଜଣକ କୌଣସିପ୍ରକାର ରୋଗର ଶିକାର ହୋଇଥାନ୍ତି।

୭୨ ଘଣ୍ଟା ଅନିଦ୍ରା ହେଲେ: ଯଦି ଜଣେ ବ୍ୟକ୍ତି ୭୨ ଘଣ୍ଟା ଅନିଦ୍ରା ରୁହେ ତେବେ ତାର ମାନସିକ ସ୍ଥିତିରେ ପରିବର୍ତ୍ତନ ଦେଖା ଦେଇଥାଏ। ସେ ସ୍ମରଣ ଶକ୍ତି ହରାଇବାକୁ ଲାଗେ, ସବୁ କିଛି ଭୁଲିବାକୁ ଲାଗେ । ଏପରି ସ୍ଥିତିରେ ବ୍ୟକ୍ତି ଜଣକ ଚେଇଁ ରହିଲେ ବି ତା’ର ମସ୍ତିଷକ ଶୋଇ ରହିଥାଏ। ତେଣୁ ସେ ସେହି ସମୟରେ ଘଟୁଥିବା କୌଣସି ବି ଘଟଣାକୁ ମନେ ରଖିପାରେ ନାହିଁ।

Related story