ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଗତ କିଛି ଦିନ ହେବ ମାତିଛି ଏକ ହନୁ ମାଙ୍କଡ଼। ହନୁ ଆକ୍ରମଣରେ ୩୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେଥିପାଇଁ ଗତକାଲି କରାଯାଇଥିଲା ମାଙ୍କଡ଼ ଧରା ଅଭିଯାନ। ଏଥିରେ ବନ ବିଭାଗର ୪ଟି ରେଞ୍ଜର ୮୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ୨୦ ଜଣ ମାଙ୍କଡିଆ। ହନୁ ଧରିବାକୁ ଜାଲ ମଧ୍ୟ ବିଛା ଯାଇଥିଲା। ହେଲେ ସମସ୍ତଙ୍କୁ ଚକ୍‌ମା ଦେଇ ଏ ଗଛରୁ ସେ ଗଛକୁ ଡେଇଁ ଚାଲିଲା ହନୁ। ଆଦୌ ଧରାପଡ଼ିଲା ନାହିଁ। ଉତ୍ପାତ କରୁଥିବା ହନୁ ବଦଳରେ ଆଉ କିଛି ମାଙ୍କଡ଼ ଧରାପଡ଼ିଥିଲେ।</p> <p>ହନୁର ଉତ୍ପାତରେ ଗାଁଲୋକେ ସମସ୍ତେ ଅତିଷ୍ଠ ହୋଇପଡ଼ିଲେଣି। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ହନୁ। ଏମିତି କି ବନ କର୍ମଚାରୀ ଦିଲୀପ ସିଂହ ମଧ୍ୟ ହନୁ କବଳରୁ ବର୍ତ୍ତିନାହାନ୍ତି। ଖାଇବା ବେଳେ ମଧ୍ୟ ଠେଙ୍ଗାବାଡ଼ି ଧରି ସତର୍କ ହେବାକୁ ପଡୁଛି। କେତେ ବେଳେ କେଁଉଠୁ ହନୁଟି ମାଡି ଆସିବ, ତାର ଠିକ୍ ନାହିଁ। ଦେହରେ ଏକ ଘା ହୋଇଥିବାରୁ ମାଙ୍କଡ଼ଟି ହିଂସ୍ର ପାଲଟି ଯାଇଥିବା ଫରେଷ୍ଟର କହିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।