କେଶ ଝଡ଼ୁଛି କି? ଚିନ୍ତା କରନ୍ତୁ ନାହିଁ; ଘରେ ତିଆରି କରି ଲଗାନ୍ତୁ ଏହି ତେଲ

ନୂଆଦିଲ୍ଲୀ: ସୁନ୍ଦର ଓ ଘନ କେଶ ରଖିବାକୁ ସମସ୍ତେ ଚାହାଁନ୍ତି। ଖାସ୍ କରି ମହିଳାମାନଙ୍କର କେଶ ପ୍ରତି ଦୁର୍ବଳତା ଅଧିକ ରହିଥାଏ। କିନ୍ତୁ ପରିବର୍ତ୍ତିତ ବାୟୁମଣ୍ଡଳ ଯୋଗୁଁ କେଶ ଝଡ଼ିବା ଏକ ବଡ଼ ସମସ୍ୟା ହୋଇଛି। ଏମିତି ସ୍ଥିତିରେ କେଶର ଯତ୍ନ କିପରି ନେବେ ସେ ନେଇ ଆମେ ଏକ ଟିପ୍ସ ଦେବୁ। ଏଥିପାଇଁ ବଜାରରୁ କୌଣସି ପ୍ରଡକ୍ଟ କିଣିବାକୁ ପଡ଼ିବ ନାହିଁ। ଘରେ ଥିବା ସାମଗ୍ରୀକୁ ନେଇ ଆପଣ  କେଶକୁ ଘନ ଓ ଲମ୍ୱା କରିପାରିବେ। […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 11:35 AM IST

Sports

Latest News

ନୂଆଦିଲ୍ଲୀ: ସୁନ୍ଦର ଓ ଘନ କେଶ ରଖିବାକୁ ସମସ୍ତେ ଚାହାଁନ୍ତି। ଖାସ୍ କରି ମହିଳାମାନଙ୍କର କେଶ ପ୍ରତି ଦୁର୍ବଳତା ଅଧିକ ରହିଥାଏ। କିନ୍ତୁ ପରିବର୍ତ୍ତିତ ବାୟୁମଣ୍ଡଳ ଯୋଗୁଁ କେଶ ଝଡ଼ିବା ଏକ ବଡ଼ ସମସ୍ୟା ହୋଇଛି। ଏମିତି ସ୍ଥିତିରେ କେଶର ଯତ୍ନ କିପରି ନେବେ ସେ ନେଇ ଆମେ ଏକ ଟିପ୍ସ ଦେବୁ। ଏଥିପାଇଁ ବଜାରରୁ କୌଣସି ପ୍ରଡକ୍ଟ କିଣିବାକୁ ପଡ଼ିବ ନାହିଁ। ଘରେ ଥିବା ସାମଗ୍ରୀକୁ ନେଇ ଆପଣ  କେଶକୁ ଘନ ଓ ଲମ୍ୱା କରିପାରିବେ।

ପ୍ରଥମେ ସୋରିଷ, ନଡ଼ିଆ ଓ କାଷ୍ଟୋର ତେଲ ନିଅନ୍ତୁ। ଏହିସବୁ ତେଲକୁ  ଏକାଠି ମିଶାଇ ଦିଅନ୍ତୁ। ଏକ ପାତ୍ରରେ ଅଅଁଳା  ରସ, ଭୃସଙ୍ଗ ପତ୍ର, ଭୃଙ୍ଗରା ଓ ବ୍ରାହ୍ମୀ ପତ୍ରର ରସକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାପରେ ବିଭିନ୍ନ ପତ୍ରର ରସକୁ ଏହି ତେଲରେ ମିଶ୍ରଣ କରି ଅଳ୍ପ ଆଞ୍ଚରେ ଅଧା ଘଣ୍ଟା ଚୁଲିରେ ବସାନ୍ତୁ। ଏହି ମିଶ୍ରଣ ଥଣ୍ଡା ହେଲା ପରେ ଏକ ବୋତଲରେ ଭରି ଗୋଟିଏ ଦିନ ଯାଏଁ ଏପରି ରଖନ୍ତୁ। ପରେ ଏହି ତେଲକୁ ହାଲ୍‌କା ମାତ୍ରରେ ହାତରେ ନେଇ କେଶରେ ମାଲିସ୍‌ କରନ୍ତୁ। ତିନରୁ ଚାରି ଦିନ ମଧ୍ୟରେ ଆପଣଙ୍କ କେଶର ଉଜ୍ଜଳତା ବଢ଼ିବା ସହ ପରିର୍ତ୍ତନ ଦେଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos