ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମଂଜୁରୀ; ଶିଳ୍ପ ପାଇଁ ହେବ ଲ୍ୟାଣ୍ଡ୍ ବ୍ୟାଙ୍କ୍

ଭୁବନେଶ୍ୱର: ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ମୋଟ ୧୮ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ। କ୍ୟାବିନେଟ୍ ମଂଜୁରୀ ଦେଇଥିବା ପ୍ରସ୍ତାବଗୁଡ଼ିକ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡ୍ ବ୍ୟାଙ୍କ୍ ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ଦିଆଯାଇଛି। ଶିଳ୍ପ ପାଇଁ ସରକାରୀ ଓ ଘରୋଇ ଜମି ଗଚ୍ଛିତ ରହିବ। ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଇଡକୋ ଜରିଆରେ ଜମି ଅଧିଗ୍ରହଣ କରାଯିବ। […]

chief-sec

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 11:39 AM IST

ଭୁବନେଶ୍ୱର: ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ମୋଟ ୧୮ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ।

କ୍ୟାବିନେଟ୍ ମଂଜୁରୀ ଦେଇଥିବା ପ୍ରସ୍ତାବଗୁଡ଼ିକ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡ୍ ବ୍ୟାଙ୍କ୍ ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ଦିଆଯାଇଛି। ଶିଳ୍ପ ପାଇଁ ସରକାରୀ ଓ ଘରୋଇ ଜମି ଗଚ୍ଛିତ ରହିବ। ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଇଡକୋ ଜରିଆରେ ଜମି ଅଧିଗ୍ରହଣ କରାଯିବ। ମୋଟ ୧ଲକ୍ଷ ଏକର ଜମିକୁ ନେଇ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ହେବ। ଏହା ଦ୍ୱାରା ଶିଳ୍ପକୁ ଜମି ମିଳିବା ସମସ୍ୟାର ସମାଧାନ ହେବ। ଆଠଗଡ଼ରେ ମୌଲାନା ଆଜାଦ୍ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ପାଇଁ ବିନା ପ୍ରିମିୟମରେ ଜମି ଦେବାକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ସେହିପରି ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ଥିବା ଜଳକରକୁ  ୫ଟି କିସ୍ତିରେ ଜଳ ପଇଠ କରିବା ନେଇ ରହିଥିବା ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ମୋହର ମାରିଛି।

ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ଲ୍ୟାଣ୍ଡ୍ ବ୍ୟାଙ୍କ ଗଠନ କରିବା ପାଇଁ ପୂର୍ବରୁ ପ୍ରସ୍ତାବ ରହିଥିଲା। ଆଜି ରାଜସ୍ୱ ବିଭାଗ ପକ୍ଷରୁ ପୁଣି ଥରେ ଏହି ପ୍ରସ୍ତାବ ରଖାଯାଇଥିଲା। ଏହାକୁ ଗୃହୀତ କରାଯାଇଛି। ପ୍ରାଥମିକ ଭାବେ ଲ୍ୟାଣ୍ଡ୍ ବ୍ୟାଙ୍କ ପାଇଁ ୪ ଲକ୍ଷ ଜମି ଚିହ୍ନଟ କରାଯାଇଥିଲା। ସେଥିରୁ ବର୍ତ୍ତମାନ ୨ ଲକ୍ଷରେ ସୀମିତ କରାଯାଇଛି। ଏଥିରୁ କେଉଁ ଜମି ଶିଳ୍ପ ପାଇଁ ଅନୁକୂଳ ହେବ ତାହାର ସମୀକ୍ଷା କରାଯିବ ଓ ସେହି ଅନୁସାରେ ଅଧିଗ୍ରହଣ କରାଯିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ୭୦ ହଜାର ଜମି ଲ୍ୟାଣ୍ଡ୍ ବ୍ୟାଙ୍କରେ ସାମିଲ ହେବାକୁ ପ୍ରସ୍ତୁତ ହୋଇସାରିଛି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଗେଷ୍ଟ୍ ହାଉସ୍ ତିଆରି କରିବା ପାଇଁ ପସ୍କୋକୁ ଭୁବନେଶ୍ୱରରେ ଯେଉଁ ଜମି ଦିଆଯାଇଛି ତାହାକୁ ଫେରାଇ ଅଣାଯିବ। ସାଧାରଣ ପ୍ରଶାସନ ବିଭାଗକୁ ଏହି ଜମି ଫେରିବ।

୨୬୦୧ଟି ଗୋଦାମ ଗୃହ ନିର୍ମାଣ ପାଇଁ ସମବାୟ ବିଭାଗ ଦେଇଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଚାଷୀଙ୍କ ଦ୍ୱାରା ଉତ୍ପାଦନ କରାଯାଉଥିବା ଖାଦ୍ୟଶସ୍ୟକୁ ଏଗୁଡ଼ିକରେ ଗଚ୍ଛିତ କରି ରଖାଯିବ। ଏହି ଗୋଦାମ ଗୃହଗୁଡ଼ିକୁ ନିର୍ମାଣ କରିବା ପାଇଁ ୭୪୨ କୋଟି ଟଙ୍କାର ଋଣ କରିବେ। ନାବାର୍ଡର ଓୟାରହାଉସିଂ ଇନଫ୍ରାଷ୍ଟକ୍ଚର ଫଣ୍ଡରୁ ସରକାର ଏହି ଋଣ କରିବେ।

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପେନସପ୍ ରୁଲରେ ସଂଶୋଧନ ଅଣାଯାଇ କଣ୍ଟ୍ରାକ୍ଚୁଆଲ୍ ବେସିସରେ ଯେଉଁମାନେ ସରକାରୀ ଭାବେ ନିଯୁକ୍ତି ପାଇଥିଲେ ସେମାନଙ୍କ ପାଇଁ ନ୍ୟୁ ପେନସନ୍ ସ୍କିମ୍ ଲାଗୁ କରାଯିବ। ଏଥିରେ ୧୦ ପ୍ରତିଶତ କର୍ମଚାରୀଙ୍କ ଦରମାରୁ କଟାଯିବ ଏବଂ ଆଉ ୧୦ପ୍ରତିଶତ ସରକାର ଦେବେ।

ଆଉ ଏକ ପ୍ରସ୍ତାବକୁ ମିଳିଥିବା ମଂଜୁରୀ ଅନୁଯାୟୀ ମ୍ୟୁନିସିପାଲିଟି କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡର୍ ସୃଷ୍ଟି ହେବ। ଏନ୍ଏସିରେ ସର୍ବନିମ୍ନ ୧୧ଜଣ କର୍ମଚାରୀ ରହିବେ। ଓପିଏସସି ଏବଂ ଏସଏସସି ଦ୍ୱାରା ସେମାନଙ୍କୁ ନିଯୁକ୍ତି ଦିଆଯିବ।

ସ୍ୱାସ୍ଥ୍ୟ ଓ ପରିବାର ବିଭାଗର ଦୁଇଟି ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛି କ୍ୟାବିନେଟ୍। ବିଭାଗର ଦୁଇଟି କ୍ୟାଡରର କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଭାଇଟାଲ୍ ଷ୍ଟାଟିଷ୍ଟିକ୍ କ୍ଲର୍କ ସର୍ଭିସ ମେଥଡ ଅଫ୍ ରିକ୍ୟୁରମେଣ୍ଟ୍ କଣ୍ଡିସନ୍ ସର୍ଭିସ୍ ରୁଲ୍ସ-୨୦୧୫ ଓ ଓଡ଼ିଶା ମିନିଷ୍ଟେରିଆଲ୍ ସର୍ଭିସ୍ ଫର୍ ଡ୍ରଗ୍ସ କଣ୍ଟ୍ରୋଲରରେ ଅଣାଯାଇଥିବା ପରିବର୍ତ୍ତନ ପ୍ରସ୍ତାବକୁ ମଂଜୁରୀ ମିଳିଛି।

ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶା ଏକ୍ସସାଇଜ୍ ସର୍ଭିସ୍ ମେଥଡ ଅଫ୍ ରିକ୍ୟୁରମେଣ୍ଟ୍ ଆଣ୍ଡ୍ କଣ୍ଡିସନ୍ ଅଫ୍ ସର୍ଭିସ-ଗ୍ରୁପ୍ ଏ ଅଫିସର ରୁଲ୍ସରେ ସଂଶୋଧନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଗୃହୀତ କରିଛି। ଅବକାରୀ ପ୍ରଶାସନକୁ ଆହୁରି ମଜଭୁତ କରିବାକୁ ନାଇଡୁ କମିଶନ ଦେଇଥିବା ସୁପାରିଶକ୍ରମରେ ଏହି ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକ୍ରମେ ଅବକାରୀ ପ୍ରଶାସନରେ ବରିଷ୍ଠ ଯୁଗ୍ମ କମିଶନର ପଦବୀରେ ଅଧିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଗୋମିତ୍ରମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି। ତେବେ ଗୋମିତ୍ରମାନଙ୍କ ବୟସ ୪୫ରୁ ଅଧିକ ହେବ ନାହିଁ। ସେହିପରି ଗୋମିତ୍ରଙ୍କ ପାଇଁ ପ୍ରଶିକ୍ଷଣ ସମୟରେ ରହିଥିବା ନିମୟରେ ସଂଶୋଧନ କରାଯାଇଛି।

ଏଥିସହ ଫାଶିଗୁଡ଼ା ଗୁଳିକାଣ୍ଡ ତଦନ୍ତ କମିଶନ ରିପୋର୍ଟକୁ ଅନୁମୋଦନ ମିଳିଛି।

Related story