ଗଣେଶ ଓ ବିଶ୍ୱକର୍ମା ପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର

ଖୋର୍ଦ୍ଧା: ଆଜି ଗଣେଶ ଓ ବିଶ୍ୱକର୍ମା ପୂଜା। ଅଗ୍ରପୂଜ୍ୟ ଗଣପତିଙ୍କ ଆବାହନ ପାଇଁ ସାରା ରାଜ୍ୟ ଉତ୍ସବମୁଖର। ସ୍କୁଲ, କଲେଜ୍ ସମେତ ବିଭିନ୍ନ ଅନୁଷ୍ଠାନରେ ଗଣପତିଙ୍କ ପୂଜାର ଆୟୋଜନ କରାଯାଇଛି। କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନ ସମେତ ଗଜାନନଙ୍କ ପୂଜା ପାଇଁ  ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଖୋର୍ଦ୍ଧା ଜଟଣୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ସଜେଇ ହୋଇଛି ଧାଡ଼ିକି ଧାଡ଼ି ପୂଜା ମଣ୍ଡପ। ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ମନ […]

ganesha

ganesha

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 03:30 AM IST

Sports

Latest News

ଖୋର୍ଦ୍ଧା: ଆଜି ଗଣେଶ ଓ ବିଶ୍ୱକର୍ମା ପୂଜା। ଅଗ୍ରପୂଜ୍ୟ ଗଣପତିଙ୍କ ଆବାହନ ପାଇଁ ସାରା ରାଜ୍ୟ ଉତ୍ସବମୁଖର। ସ୍କୁଲ, କଲେଜ୍ ସମେତ ବିଭିନ୍ନ ଅନୁଷ୍ଠାନରେ ଗଣପତିଙ୍କ ପୂଜାର ଆୟୋଜନ କରାଯାଇଛି। କଟକ, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନ ସମେତ ଗଜାନନଙ୍କ ପୂଜା ପାଇଁ  ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଖୋର୍ଦ୍ଧା ଜଟଣୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ସଜେଇ ହୋଇଛି ଧାଡ଼ିକି ଧାଡ଼ି ପୂଜା ମଣ୍ଡପ। ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ମନ ମୋହୁଛି। ଜଟଣୀରେ ଏଥର ଛୋଟବଡ଼ ପ୍ରାୟ ୨୦୦ ମଣ୍ଡପରେ ପୂଜା ପାଇବେ ଗଜାନନ।

ଭୁବନେଶ୍ୱରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହେଉଛି ଗଣେଶ ପୂଜା। ତେବେ ଏଠାରେ ୟୁନିଟ୍ ୮ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ନିଆରା ଢଙ୍ଗରେ ପାଳନ କରାଯାଇଛି ଗଣେଶ ପୂଜା। ଏଠାରେ ପିଲାମାନେ ନିଜେ ନିଜେ ଗଣେଶଙ୍କୁ ପୂଜା କରିଥିଲେ। ସବୁ ପିଲା ଗଣେଶଙ୍କ ମୂର୍ତ୍ତି ଅବା ଫଟୋକୁ ପୂଜା କରିଥିଲେ। ଜଣେ ବ୍ରାହ୍ମଣଙ୍କ ତତ୍ୱାବଧାନରେ ଏଠାରେ ପୂଜା ଅନୁଷ୍ଠିତ ହୋଇଥିଲା।

ସେହିପରି ପ୍ରସିଦ୍ଧ ବିଶ୍ୱ କର୍ମାପୂଜା ପାଇଁ ପାରାଦୀପ ସହର ହୋଇଛି ଚଳଚଞ୍ଚଳ। ପୂଜା ପାଇଁ ସଜେଇ ହୋଇଛି ବନ୍ଦର ନଗରୀ। ସହରର ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ସୁନ୍ଦର ମୂର୍ତ୍ତି ସହ ଆକର୍ଷଣୀୟ ତୋରଣ ତିଆରି ହୋଇଛି। ଏଠାରେ ବିଶ୍ୱକର୍ମା ପୂଜା ୭ ଦିନ ଧରି ଚାଲିଥାଏ। ବିଶେଷକରି ମୂର୍ତ୍ତି ଓ ତୋରଣ ନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତା ହୋଇଥାଏ। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ  ବିଶ୍ୱକର୍ମା ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଶେଷକରି ମଣ୍ଡପଗୁଡିକରେ ସୁରକ୍ଷା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୌର ପ୍ରଶାସନ ପକ୍ଷରୁ ପରିମଳ, ସ୍ୱାସ୍ଥ୍ୟ, ପିଇବା ପାଣି ପ୍ରଭୁତିର ବ୍ୟବସ୍ଥା କରାଯାଇଛି।

ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ମଧ୍ୟ ଧୂମଧାମରେ ପାଳିତ ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ନାଲକୋ ନଗରରୀରେ ଆକର୍ଷଣୀୟ ପୂଜା ମଣ୍ଡପସବୁ ଶୋଭା ପାଉଛି। ଏସବୁ ମଣ୍ଡପରେ ତୋରଣଗୁଡ଼ିକ ବିଭିନ୍ନ ଡିଜାଇନରେ କରାଯାଇଥିବା ବେଳେ କାରିଗରମାନେ ଭଳିକି ଭଳି ମୂର୍ତ୍ତି ନିର୍ମାଣ କରିଛନ୍ତି। ସହରରେ ଏ ବର୍ଷ ପ୍ରାୟ ୨୦ଟି ଅଧିକ ପୂଜା ମଣ୍ଡପରେ ବିଶ୍ୱକର୍ମାଙ୍କୁ ଆରଧନା କରଯାଉଛି। ପୂଜାରେ ଶ୍ରଦ୍ଧାଳୁମାନେ ଯେଭଳି ଶାନ୍ତପୂର୍ଣ୍ଣ ଦର୍ଶନ ସହ ବୁଲାବୁଲି କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos