ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ‌ଘୋଷଣା: ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁ ପାଇବେ ଜୟଦେବ ପୁରସ୍କାର

ଭୁବନେଶ୍ୱର: ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ପୁରସ୍କାର ରାଶି ବାବଦକୁ ତାଙ୍କୁ ୧୦,୦୦,୦୦ ଟଙ୍କା, ମାନପତ୍ର ଓ ଉପଢ଼ୌକନ୍‌ ପ୍ରଦାନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆଜି ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୨୦୧୫ ବର୍ଷ ପାଇଁ ୨୭ଟି ବିଭାଗରେ ମୋଟ୍‌ ୫,୦୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।  “କେହି ନୁହେଁ କାହାର”କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ […]

film_image-640x350

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 10:59 PM IST

ଭୁବନେଶ୍ୱର: ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ପୁରସ୍କାର ରାଶି ବାବଦକୁ ତାଙ୍କୁ ୧୦,୦୦,୦୦ ଟଙ୍କା, ମାନପତ୍ର ଓ ଉପଢ଼ୌକନ୍‌ ପ୍ରଦାନ କରାଯିବ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆଜି ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୨୦୧୫ ବର୍ଷ ପାଇଁ ୨୭ଟି ବିଭାଗରେ ମୋଟ୍‌ ୫,୦୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

 “କେହି ନୁହେଁ କାହାର”କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ୫୦,୦୦୦ ଟଙ୍କାର ଅର୍ଥ ରାଶି ସହ ମାନପତ୍ର ଓ ଉପଢ଼ୌକନ୍‌ ପ୍ରଦାନ କରାଯିବ। “ତୁଳସୀ ଅପା” ପାଇଁ ଅମୀୟ କୁମାର ପଟ୍ଟନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ,  ଅନ୍ତର୍ଲୀଳ ଚଳଚ୍ଚିତ୍ର ପାଇଁ ଅଭିନେତା ସୌମ୍ୟରଞ୍ଜନଙ୍କୁ ଶ୍ରେଷ୍ଠ ଅଭିନେତା ଓ “ତୁଳସୀ ଅପା”ରେ ଆକର୍ଷଣୀୟ ଅଭିନୟ ପାଇଁ ଅଭିନେତ୍ରୀ ବର୍ଷା ନାୟକଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯିବ।

‘ଇସ୍କ ତୁ ହି ତୁ’ ପାଇଁ ଶ୍ରେଷ୍ଠ କାହାଣୀକାର ଭାବେ ତାପସ ସରଘରିଆଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ‘ଇସ୍କ ତୁ ହି ତୁ’ ପାଇଁ ସୁକୁମାର ମଣି ଶ୍ରେଷ୍ଠ ସମ୍ପାଦନା ଓ ସମରେଶ ରାଉରରାୟ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କୃତ ହେବେ।

“ତୁଳସୀ ଅପା”ର ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କୁ ବାଳକୃଷ୍ଣ ସମ୍ମାନ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଗୌତମ ଗିରି ଓ ଗାୟିକାଭାବେ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ମନୋନୀତ କରାଯାଇଛି।

“ତୁଳସୀ ଅପା”ରେ ଶ୍ରେଷ୍ଠ ଚିତ୍ରଗହଣ ପାଇଁ ପ୍ରମୋଦ ପତି ସମ୍ମାନ ପାଇବେ ଅର୍ଜୁନ ଜେନା ଓ ଶ୍ରେଷ୍ଠ ଗୀତିକାର ଭାବେ ବାପୁ ଗୋସ୍ୱାମୀଙ୍କୁ ମନୋନୀତ କରାଯାଇଛି।

Related story