ଛାତ୍ର ସଂସଦ ନିର୍ବାଚନ: ସରିଲା ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ଆଜି କଲେଜ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ବାଜ ବାଣ ସହ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇଥିଲେ। ପ୍ରାର୍ଥିପତ୍ର ଦାଖଲ ପାଇଁ ସବୁ କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଆସନ୍ତା ୧ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ସହ ୫ ତାରିଖରେ ଭୋଟ ଗ୍ରହଣ […]

college-election

Rakesh Mallick
  • Published: Thursday, 29 September 2016
  • , Updated: 29 September 2016, 02:14 PM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ଆଜି କଲେଜ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ବାଜ ବାଣ ସହ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇଥିଲେ। ପ୍ରାର୍ଥିପତ୍ର ଦାଖଲ ପାଇଁ ସବୁ କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଆସନ୍ତା ୧ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ସହ ୫ ତାରିଖରେ ଭୋଟ ଗ୍ରହଣ ସହ ଫଳାଫଳ ପ୍ରକାଶ ପାଇବ।

Related story