ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଛାତ୍ରସଂସଦ ନିର୍ବାଚନ ପାଇଁ ସରଗରମ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ। ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। ଦିନ ୯ଟାରୁ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାପରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲେ। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏହାପରେ ଅପରାହ୍ନ ୫ଟା ସୁଦ୍ଧା […]

student

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 05:57 PM IST

ଭୁବନେଶ୍ୱର: ଛାତ୍ରସଂସଦ ନିର୍ବାଚନ ପାଇଁ ସରଗରମ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ। ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ। ଦିନ ୯ଟାରୁ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାପରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲେ। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଏହାପରେ ଅପରାହ୍ନ ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୩ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଏବଂ ୧୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ଭୋଟ ଗ୍ରହଣ ହୋଇ ସେଦିନ ହିଁ ଫଳ ପ୍ରକାଶ ପାଇବ।

Related story