ଛାତ୍ର ସଂସଦ ନିର୍ବାଚନ ପାଇଁ କଲେଜ ସ୍ତରରେ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି କଲେଜ ସ୍ତରରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ। ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ଭୋଟ୍ ଗ୍ରହଣ ହୋଇ ସେହି ଦିନ ହିଁ ଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ, ୬ ରେ ପ୍ରତ୍ୟାହାର ଓ ୧୩ରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ହେବ। ଛାତ୍ର ସଂସଦ ନିର୍ବାଚନ ନେଇ ଗତ ୧୯ […]

collage

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 06:28 AM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି କଲେଜ ସ୍ତରରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ। ସକାଳ ୮ଟାରୁ ଅପରାହ୍ନ ୨ଟା ମଧ୍ୟରେ ଭୋଟ୍ ଗ୍ରହଣ ହୋଇ ସେହି ଦିନ ହିଁ ଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ, ୬ ରେ ପ୍ରତ୍ୟାହାର ଓ ୧୩ରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ହେବ। ଛାତ୍ର ସଂସଦ ନିର୍ବାଚନ ନେଇ ଗତ ୧୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ତାରିଖ ଘୋଷଣା କରିଥିଲେ। ନିର୍ବାଚନ ତାରିଖ ଘୋଷଣା ପରେ କଲେଜ୍ କ୍ୟାମ୍ପସ୍ ଏବେ ସରଗରମ ରହିଛି। ଏପଟେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ, ପୁରୀ ଏସସିଏସ୍ କଲେଜ ସମେତ ଅନ୍ୟ କିଛି କଲେଜର ଏବର୍ଷ ନିର୍ବାଚନ ନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Related story