ଗୁଣ ଚିହ୍ନେ ଗୁଣିଆ: ମନା କରିଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗ୍ରହଣ କରିନେଲା ନାସା

ନୂଆଦିଲ୍ଲୀ: ‘କୋଶିଶ୍ କର୍‌ନେ ୱାଲୋଁ କି କଭି ହାର ନେହିଁ ହୋତି’। ବିଶିଷ୍ଟ ହିନ୍ଦୀ କବି ହରିବଂଶ ରାୟ ବଚ୍ଚନଙ୍କର ଏହି କବିତାଟି ବେଶ ଲୋକପ୍ରିୟ। ଏହାର ଅର୍ଥ ହେଉଛି ଉଦ୍ୟମରତ ବ୍ୟକ୍ତି କେବେ ଅସଫଳ ହୋଇ ନ ଥାଏ। ମନରେ ମହତ୍ୱକାଂକ୍ଷୀ ଭାବନା ପୋଷଣ କରି ସର୍ବଦା ଚେଷ୍ଟା କରିବା, ତା’ହାଲେ ସଫଳତା ନିଶ୍ଚିତ ମିଳିବ। ଏହିଭଳି ଏକ କାହାଣୀର ନାୟକ ହେଉଛନ୍ତି, ଇଲେକ୍ଟ୍ରିକାଲ ଇଞ୍ଜିନିୟର ତୀର୍ଥକ ଶାହ। ଦିନେ ଦିଲ୍ଲୀ ୟୁନିଭର୍ସିଟିରେ ଆଡମିଶନ ନ […]

TIRTHAK

TIRTHAK

Rakesh Mallick
  • Published: Monday, 09 April 2018
  • Updated: 09 April 2018, 10:35 PM IST

Sports

Latest News

ନୂଆଦିଲ୍ଲୀ: 'କୋଶିଶ୍ କର୍‌ନେ ୱାଲୋଁ କି କଭି ହାର ନେହିଁ ହୋତି'। ବିଶିଷ୍ଟ ହିନ୍ଦୀ କବି ହରିବଂଶ ରାୟ ବଚ୍ଚନଙ୍କର ଏହି କବିତାଟି ବେଶ ଲୋକପ୍ରିୟ। ଏହାର ଅର୍ଥ ହେଉଛି ଉଦ୍ୟମରତ ବ୍ୟକ୍ତି କେବେ ଅସଫଳ ହୋଇ ନ ଥାଏ। ମନରେ ମହତ୍ୱକାଂକ୍ଷୀ ଭାବନା ପୋଷଣ କରି ସର୍ବଦା ଚେଷ୍ଟା କରିବା, ତା’ହାଲେ ସଫଳତା ନିଶ୍ଚିତ ମିଳିବ। ଏହିଭଳି ଏକ କାହାଣୀର ନାୟକ ହେଉଛନ୍ତି, ଇଲେକ୍ଟ୍ରିକାଲ ଇଞ୍ଜିନିୟର ତୀର୍ଥକ ଶାହ।

ଦିନେ ଦିଲ୍ଲୀ ୟୁନିଭର୍ସିଟିରେ ଆଡମିଶନ ନ ମିଳିବାରୁ ତୀର୍ଥକ ନିରାଶ ହୋଇଯାଇଥିଲେ। ହେଲେ ହାର ମାନି ନଥିଲେ। ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ନିରନ୍ତର ଉଦ୍ୟମ ଆଜି ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇ ଦେଛି। ତାଙ୍କ ନାଁ ଫୋର୍ବ୍‌ସ ପତ୍ରିକାରେ ୩୦ ଅଣ୍ଡର ୩୦ ତାଲିକାରେ ସାମିଲ୍‌ ହୋଇଛି। ଏହି ତାଲିକାରେ ବିଶ୍ୱର ଯୁବ ଉଦ୍ୟୋଗୀ, ଗବେଷକ କିମ୍ବା କୌଣସି ବଡ଼ ସଫଳତା ପାଇଥିବା ବ୍ୟକ୍ତିଙ୍କୁ ହିଁ ସାମିଲ୍‌ କରାଯାଇଥାଏ। ପରୀକ୍ଷାରେ କମ୍‌ ମାର୍କ ରଖିଦେଲେ ଯେ, ଆମେ ଜୀବନରେ କିଛି କରିପାରିବା ନାହିଁ ଏକଥା ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଦୃଢ଼ ନିଷ୍ଠା ସହ ନିରନ୍ତର ପ୍ରୟାସ ସଫଳତା ଦେଇଥାଏ। ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଆମେରିକାରେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟର ଚାକିରି କରିଥିବା ତୀର୍ଥକ ଶାହ।

ଭାରତର ଦ୍ୱାରକାରେ ହେଉଛି ତୀର୍ଥକଙ୍କ ଘର। ଏବେ  ସେ ରହୁଛନ୍ତି ଆମେରିକାରେ। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ଓ ମା' ଥିଲେ ଡାକ ବିଭାଗର କର୍ମଚାରୀ। ତୀର୍ଥକ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ଆଷ୍ଟ୍ରୋଫିଜିକ୍ସ ବିଷୟରେ ଅଧ୍ୟୟନ କରିବାକୁ ଚାହୁଁଥିଲେ। କିନ୍ତୁ ଏଥିପାଇଁ କଟ୍‌-ଅଫ୍‌ ମାର୍କ ଅଧିକ ଆବଶ୍ୟକ ପଡ଼ୁଥିଲା। ତୀର୍ଥକ ଭଲ ମାର୍କ ରଖି ନଥିବାରୁ ତାଙ୍କୁ ଦିଲ୍ଲୀ ୟୁନିଭର୍ସିଟିରେ ଆଡ୍‌ମିସନ ମିଳି ନଥିଲା। କମ୍‌ ମାର୍କ ଯୋଗୁଁ ସେ ନିଜ ପସନ୍ଦର କଲେଜ୍‌ରେ ପାଠ ପଢ଼ିପାରିଲେ ନାହିଁ। ଫଳରେ ତାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଗଲେ ତୀର୍ଥକଙ୍କ ବାପାମାଆ।

ଏହାପରେ ସେ ମଣିପାଲ୍‌ ୟୁନିଭର୍ସିଟିର ଇଣ୍ଟରନ୍ୟାସନାଲ ସେଣ୍ଟର ଆପ୍ଲାଏଡ୍ ସାଇନ୍ସରେ ଆଡମିଶନ ନେଲେ। ସେଠାରେ ଫିଲାଡେଲ୍‌ଫିଆର ଡ୍ରେକ୍ସେଲ୍‌ ୟୁନିଭର୍ସିଟିରେ ପାଠ ପଢ଼ିବା ପାଇଁ ତାଙ୍କୁ ସ୍କଲାର୍‌ସିପ୍‌ ମିଳିଲା। ତୀର୍ଥକ ସେଠାରେ ବିଏସ୍‌ସି ପଢ଼ା ସାରିବା ପରେ ଆମେରିକାର ବିଜ୍ଞାନ ଗବେଷଣା କେନ୍ଦ୍ର ନାସାର ପେନସାଲ୍‌ଭାନିଆ ସ୍ପେଶ୍‌ ଗ୍ରାଣ୍ଟ ସହିତ କାମ କରିବାକୁ ସୁଯୋଗ ପାଇଲେ। ଧୀରେ ଧୀରେ ତୀର୍ଥକଙ୍କ ସ୍ୱପ୍ନ ସାକାର ହେଲା। ସେଠାରେ ସେଟ୍‌ଲାଇଟ୍‌ ପାଇଁ ସେ ଅରଗାମୀ ବେସ୍‌ଡ ମୋଡୁଲାର ସୋଲାର ସିଷ୍ଟମ ପ୍ୟାନେଲ୍‌ ତିଆରି କରିବାର କାମ କଲେ। ଆଉ ସେ ଏଥିରେ ବେଶ୍‌ ସଫଳ ହେଲେ। ତାଙ୍କର ଏହି ସଫଳତା ପାଇଁ ସେଠାରେ ଗ୍ରୀଡ୍‌ ମର୍ଡନାଇଜେସନ୍‌ ଇଞ୍ଜିନିୟର ନାମରେ ଏକ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ତାଙ୍କୁ ନିଯୁକ୍ତି ଦିଆଗଲା। ପୂର୍ବରୁ ସେଠାରେ ଏମିତି କୌଣସି ପଦବୀ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story