ସୁଧୁରୁନି ବିଦ୍ୟୁତ୍ ସଂକଟ: କ୍ୟାପଟିଭ୍ ପାୱାର ପ୍ଲାଣ୍ଟରୁ ବିଜୁଳି କିଣିବାକୁ ଯୋଜନା କରୁଛନ୍ତି ସରକାର

ଭୁବନେଶ୍ୱର: ଦୁର୍ଗାପୂଜା ବେଳେ ବି ଜାରି ରହିପାରେ ବିଦ୍ୟୁତ୍ କାଟ। ଉତ୍କଟ ବିଦ୍ୟୁତ୍ ସଙ୍କଟ ଟାଳିବାକୁ ସରକାର କ୍ୟାପଟିଭ୍ ପାୱାର ପ୍ଲାଣ୍ଟରୁ ବିଜୁଳି କିଣିବାକୁ ଯୋଜନା କରୁଛନ୍ତି। ତେବେ ରେଟ୍ ଅଧିକ ଥିବାରୁ ଓଇଆରସି ଅନୁମତିକୁ ଅପେକ୍ଷା କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ରାଜ୍ୟରୁ ଧାର ସୂତ୍ରରେ ବି ବିଜୁଳି ଆଣି ସ୍ଥିତିରେ ସୁଧାର ଆଣିବାକୁ ଯୋଜନା ଚାଲିଛି। ବିଜୁଳି କାଟରୁ ନିସ୍ତାର ନାହିଁ। ପ୍ରଥମେ ୨୧୦୬ ଜୁନ୍ ଓ ପରେ ଦୁର୍ଗା ପୂଜା ପର୍ଯ୍ୟନ୍ତ ବିଜୁଳି କଟିବ […]

electricity

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 02:50 PM IST

ଭୁବନେଶ୍ୱର: ଦୁର୍ଗାପୂଜା ବେଳେ ବି ଜାରି ରହିପାରେ ବିଦ୍ୟୁତ୍ କାଟ। ଉତ୍କଟ ବିଦ୍ୟୁତ୍ ସଙ୍କଟ ଟାଳିବାକୁ ସରକାର କ୍ୟାପଟିଭ୍ ପାୱାର ପ୍ଲାଣ୍ଟରୁ ବିଜୁଳି କିଣିବାକୁ ଯୋଜନା କରୁଛନ୍ତି। ତେବେ ରେଟ୍ ଅଧିକ ଥିବାରୁ ଓଇଆରସି ଅନୁମତିକୁ ଅପେକ୍ଷା କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ରାଜ୍ୟରୁ ଧାର ସୂତ୍ରରେ ବି ବିଜୁଳି ଆଣି ସ୍ଥିତିରେ ସୁଧାର ଆଣିବାକୁ ଯୋଜନା ଚାଲିଛି।

ବିଜୁଳି କାଟରୁ ନିସ୍ତାର ନାହିଁ। ପ୍ରଥମେ ୨୧୦୬ ଜୁନ୍ ଓ ପରେ ଦୁର୍ଗା ପୂଜା ପର୍ଯ୍ୟନ୍ତ ବିଜୁଳି କଟିବ ବୋଲି ଘୋଷଣା କରିଥିଲେ ସରକାର। ତେବେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ସହରରେ ୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪ ଘଣ୍ଟା ବିଜୁଳି କଟୁଛି। ପୂଜା ସମୟରେ ବିଜୁଳି କାଟକୁ ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ କ୍ୟାପଟିଭ୍ ପାୱାର ପ୍ଲାଣ୍ଟରୁ ବିଜୁଳି କିଣିବାକୁ ଗ୍ରୀଡକୋ ୨୪ଟି ପ୍ଲାଣ୍ଟକୁ ଚିଠି ଲେଖିଛି। ତେବେ ରେଟକୁ ନେଇ ଚିନ୍ତାରେ ଗ୍ରୀଡକୋ। କାରଣ ୟୁନିଟ୍ ପିଛା ୨ଟଙ୍କ। ୭୫ ପଇସା ଦରରେ ବିଜୁଳି କିଣିଲେ ଆବଶ୍ୟକ ପଡ଼ିବ ୩୦୦ କୋଟି। ଏଥିପାଇଁ ଓଇଆରସିର ଅନୁମତିକୁ ଅପେକ୍ଷା। ଏପଟେ ଚଢା ଦରରେ ବିଜୁଳି କିଣିଲେ ବୋଝ ସାଧାରଣ ଗ୍ରାହକଙ୍କ ଉପରେ ପଡିପାରେ। ବିଜୁଳି କିଣା ହେଲେ ପୂଜା ବେଳେ ପାୱାର କଟ୍ ହେବନି। ଗ୍ରୀଡକୋ ନିର୍ଦ୍ଦେଶକ (ବାଣିଜ୍ୟ) ପି.କେ. ପ୍ରଧାନ କହିଛନ୍ତି ଯେ ବିଦ୍ୟୁତ୍ ସଂକଟ ଦୂର କରିବା ପାଇଁ ଚେଷ୍ଟା ଚାଲିଛି। ଗ୍ରାହକମାନଙ୍କୁ ଅସୁବିଧାରେ ପକାଇବା ନେଇ ଆମର କୌଣସି ଅଭିପ୍ରାୟ ନାହିଁ। ସୁବିଧାରେ ବିଦ୍ୟୁତ୍ ମିଳି ଗଲେ ଆଉ ବିଦ୍ୟୁତ୍ କାଟ ହେବ ନାହିଁ।

ବିଜୁଳି ସଙ୍କଟକୁ ଦେଖି ଏବେ ଦିଲ୍ଲୀ ପାଖରୁ ୫୦ ମେଗାୱାଟ୍ ବିଜୁଳି ଧାର ସୁତ୍ରରେ ଅଣାଯାଉଛି। ପଶ୍ଚିମବଙ୍ଗରୁ ମଧ୍ୟ ଧାରରେ ବିଜୁଳି ଆଣିବା ପାଇଁ କଥାବାର୍ତ୍ତା ଚାଲିଛି।

ଏବେ ପିକ୍ ଆୱାରରେ ଦିନକୁ ଆବଶ୍ୟକ ହେଉଛି ୩ ହଜାର ୬୮୭ ମେଗାୱାଟ୍ ବିଜୁଳି। ଜଳବିଦ୍ୟୁତ, ତାପଜ ଓ ଅନ୍ୟ କ୍ଷେତ୍ରରୁ ମିଳୁଛି ପ୍ରାୟ ୩୧ଶହ ମେଗାୱାଟ୍। ବର୍ଷା ହୋଇଥିଲେ ବି  ଜଳଭଣ୍ଡାରର ସ୍ଥିତିରେ ସୁଧାର ଆସିନି। ଏହି ସମୟରେ ୧୨୦୦ରୁ ୧୫୦୦ ମେଗାୱାଟ ଉତ୍ପାଦନ ହେଉଥିବା ବେଳେ ଏବେ ହେଉଛି ମାତ୍ର ୫୬୩ ମେଗାୱାଟ। ଏପଟେ ଘନ ଘନ ବିଜୁଳି କାଟକୁ ନେଇ ଗାଁ ଓ ସହର ସବୁଠି ଅସନ୍ତୋଷ।

Related story